ବିଜେଡ଼ି ଛାଡ଼ିଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭ୍ରଦ ମାଝୀ

Published: Mar 14, 2019, 3:23 pm IST
balabhadra majhi resigned from bjd

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିବାର କହିଛନ୍ତି । ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ,  ୭ ବର୍ଷର ସରକାରୀ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ବିଜେଡ଼ି ସଭାପତିଙ୍କ ବିରୋଧରେ ତାଙ୍କର କିଛି ଅଭିଯୋଗ ନାହିଁ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଲେଶାଇଛନ୍ତି  ।  ତେବେ କିଛି ଲୋକ ସଭାପତିଙ୍କୁ ବିଭ୍ରାନ୍ତ କରୁଥିବାର ସେ ଅଭିଯୋଗ କରିଛନ୍ତି । ଏବେ ଦଳରେ ତାଙ୍କର କିଛି ଆବଶ୍ୟକତା ନଥିବା  ଅନୁଭବ କରି  ସେ ଆଉ ବିଜେଡ଼ିରେ ରହିବାକୁ ଚାହୁଁନାହାନ୍ତି ବୋଲି ବଳଭଦ୍ର କହିଛନ୍ତି ।

Related posts