ଅଗଷ୍ଟ 31 ଯାଏଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ୍‌ ସ୍କୁଲ ବନ୍ଦ

Published: Jul 18, 2020, 9:50 am IST

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଅଗଷ୍ଟ 31 ଯାଏଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ୍‌ ସ୍କୁଲ ବନ୍ଦ ରହିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସବୁ ସ୍ପେଶାଲ୍‌ ସ୍କୁଲ ଗୁଡିକ ଅଗଷ୍ଟ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେି ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁଚିଠି ଲେଖି ଅବଗତ କରାଇଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ।

ପୂର୍ବରୁ ଏହି ସ୍ପେଶାଲ୍‌ ସ୍କୁଲକୁ ଜୁଲାଇ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି  ଏପରି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ପେଶାଲ୍‌ ସ୍କୁଲଗୁଡିକୁ ଅଗଷ୍ଟ 31 ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଓଡ଼ିଶାର 23ଟି ଜିଲ୍ଲାରେ ମୋଟ୍‌ 103ଟି ସ୍ପେଶାଲ୍‌ ସ୍କୁଲ ରହିଛି । (ଏଜେନ୍ସି)

Related posts