ଭୁବନେଶ୍ବର ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

Published: Jul 18, 2020, 4:08 pm IST

ଭୁବନେଶ୍ବର, ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ମହିଳା କମିଶନ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନା ମହାମାରୀକୁ ଭୟ ନକରି ନିଜ କର୍ତ୍ତବ୍ୟରେ ଅଟଳ ରହିଥିବା କିଛି ସୈନିକଙ୍କୁ ଏହି ସମ୍ମାନ ଜଣାଇଛି ଲେଡିଜ୍ ଫୋରମ । କର୍ତ୍ତବ୍ୟରତ ଡାକ୍ତର, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବି ଏବଂ କିଛି ରାଜନେତାଙ୍କୁ ଦିଆଯାଇଛି ଏହି ସମ୍ମାନ ।

ଲେଡିଜ୍ ଫୋରମର ସମ୍ପାଦିକା ଅନୁରାଧା ଦାଶ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇ ସମାଜରେ ଏହି ବ୍ୟକ୍ତିବିଶେଷଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଫୋରମ ପକ୍ଷରୁ ଭୁବନେଶ୍ବରରେ ଚଳପ୍ରଚଳ କରୁଥିବା କିଛି ଅଟୋ ଚାଳକଙ୍କୁ ମାସ୍କ, ସାନିଟାଇଜର୍, ସାବୁନ୍ ଓ ଗ୍ଲୋବସ୍ ଦିଆ ଯାଇଥିଲା ।

ଏହି ସମ୍ମାନ ସଭାରେ ଟ୍ବିନ୍ ସିଟିର ବହୁ ସମ୍ମାନନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । କରୋନାର ଭୟାବହତା ସମୟରେ ଲେଡିଜ୍ ଫୋରମ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଣ୍ଟନ ସହ ବସ୍ତି ସାନିଟାଇଜେସନ୍ ଓ ସଚେତନତା କାର୍ଯ୍ୟ ଜାରି ରହିଛି। ଲେଡିଜ୍ ଫୋରମର ଲୋକହିତକର କାର୍ଯ୍ୟଧାରାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

Related posts