ନୂଆଦିଲ୍ଲା : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ 84 ବର୍ଷୀୟ ବୃଦ୍ଧଙ୍କ ଡିଏନ୍ଏ ଟେଷ୍ଟ ପାଇଁ ସୁପ୍ରିମ୍କୋର୍ଟ ଆଦେଶ ଦେଇଛନ୍ତି । କୋର୍ଟ ଆଦେଶ ଦେଇଛନ୍ତି କି ଶିଶୁର ପିତାର ଠିକଣା ପାଇଁ ଶିଶୁ ଓ ଅଭିଯୁକ୍ତ ବୃଦ୍ଧଙ୍କ ଡିଏନ୍ଏ ଟେଷ୍ଟ କରାଯିବ ।
ପଶ୍ଚିମବଙ୍ଗର ମୋଟିଗରା ଅଞ୍ଚଳରେ 2012 ମସିହାରେ ଏହି ଦୁଷ୍କର୍ମ ଘଟଣାଟି ଘଟିଥିଲା । 14 ବର୍ଷର ଝିଅକୁ ଜଣେ 84 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ଦୁଷ୍କର୍ମ ପରେ ଝିଅଟି ଏକ ଶିଶୁକୁ ଜନ୍ମ ଦେଇଥିଲେ ।
ସୁପ୍ରିମ୍କୋର୍ଟ ଶିଶୁଟିର ପିତାର ଠିକଣା ଜାଣିବା ପାଇଁ ଶିଶୁ ଓ ଅଭିଯୁକ୍ତଙ୍କର ଡିଏନ୍ଏ ଟେଷ୍ଟ କରାଇବାକୁ ଆଦେଶ ଦେଇଛନ୍ତି । ତେବେ ଏହି ଘଟଣାରେ ବରିଷ୍ଠ ଓକିଲ କପିଲ୍ ଶିବଲ୍ ଅଭିଯୁକ୍ତଙ୍କ ପକ୍ଷ ନେଇ କହିଥିଲେ ଯେ, ଅଭିଯୁକ୍ତଙ୍କ ବୟସ ଓ ସ୍ବାସ୍ଥ୍ୟ ଦୁଷ୍କର୍ମ ପରି ଏକ କାର୍ଯ୍ୟ କରିବାକୁ ଅସମର୍ଥ ବୋଲି ଯୁକ୍ତି ଦର୍ଶାଇଥିଲେ । କଲିକତା ହାଇକୋର୍ଟରେ ଜମାନତ ଖାରଜ ହେବା ପରେ ଏହାକୁ ସୁପ୍ରିମ୍କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଜଷ୍ଟିସ୍ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ବେଞ୍ଚ ଏହି ଘଟଣାର ଶୁଣାଣି କରିବା ସହିତ ଡିଏନ୍ଏ ଟେଷ୍ଟ କରିବାକୁ ଆଦେଶ ଦେଇଛନ୍ତି । ତେବେ ଦୁଷ୍କର୍ମ ସମୟରେ ଅଭିଯୁକ୍ତଙ୍କ ବୟସ 76 ବର୍ଷ ହୋଇଥିଲା ।
ସେତେବେଳେ ଏହିଘଟଣାଟି ବେଶ୍ ଚର୍ଚ୍ଚାରେ ରହିଥିଲା । ଏବେ ଏହି ଘଟଣାଟି ସୁପ୍ରିମ୍କୋର୍ଟରେ ପହଞ୍ଚିଛି । ଏବେ ଦୁହିଁଙ୍କ ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିବା ପରେ ଏହି ମାମଲାର ଆଗକୁ କେଉଁ ଦିଗରେ ଗତି କରିବ ତାହା ଜଣାପଡିବ । (ଏଜେନ୍ସି)