କରୋନା ନେଲା ଆଉ 5 ଜୀବନ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 91କୁ ବୃଦ୍ଧି

Published: Jul 19, 2020, 11:23 am IST

ଭୁବନେଶ୍ବର : ଆଜି ରାଜ୍ୟରୁ 5ଟି ମୁଣ୍ଡ ନେଇଛି କରୋନା । ଆଜି ପାଞ୍ଚ ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 3, ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟବରଣ କରିଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଗଞ୍ଜମାରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ମଧ୍ୟରେ ଜଣେ 70 ବର୍ଷୟା ବୃଦ୍ଧା ଥିବାବେଳେ 44 ବର୍ଷୀୟ ପୁରୁଷ ଓ ଆଉ ଜଣେ 39 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଜଗତସିଂହପୁରରୁ ଆଜି ପ୍ରଥମ ମୁଣ୍ଡ ନେଇଛି କରୋନା । ମୃତକଙ୍କ ବୟସ 67 ବର୍ଷ ବୋଲି ସୂଚନା ରହିଛି । ସେ ଡାଇବେଟିସ୍‌ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଜଣେ ମୃତକ ସୁନ୍ଦରଗଡ ଜିଲ୍ଲାର ସେ 65 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । 5 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 91କୁ ବୃଦ୍ଧି ହୋଇଛି ।

ସେହିପରି ଅନ୍ୟ ଦୁଇ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦୁଇ ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର 53 ବର୍ଷୀୟ ଥିବାବେଳେ ଅନ୍ୟ ଜଣେ ଭୁବନେଶ୍ବରରେ 83 ବର୍ଷୀୟ ବୋଲି ସୂଚନା ରହିଛି ।

Related posts