ହଜିଯାଉଛି ମଣିଷପଣିଆ : କରୋନା ସନ୍ଦେହରେ ସାହାଯ୍ୟ କଲେନି ସମ୍ପର୍କୀୟ, ସ୍ବାମୀଙ୍କ ଶବକୁ ଠେଲାରେ ବୋହିଲେ ମହିଳା

Published: Jul 19, 2020, 11:52 am IST

ବେଙ୍ଗାଲୁରୁ : କରୋନାଠାରୁ ଦୂରେଇ ରହିବାକୁ  ସାମାଜିକ ଦୂରତା ଆଳରେ ଆମ ସମାଜ ଅଧିକ ଅମାନବୀୟ ଓ ଅସଭ୍ୟ ହେବାକୁ ଲାଗିଛି । କରୋନା ସଂକଟ ଯୋଗୁଁ  ମାନବିକତାର ହତ୍ୟା ହେଉଛି । । ଏଠାରେ ରୋଗ ସହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଘୃଣା କରାଯାଉଛି । ଏପରି ଏକ ଘଟଣା ବାଙ୍ଗାଲୋରରୁ ସାମ୍ନାକୁ ଆସିଛି । ।

କରୋନା ସଂକଟ କାଳରେ କର୍ଣ୍ଣାଟକର ବେଲଗ୍ରାମରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ବାମୀଙ୍କ ଶବକୁ ଏକ ଠେଲାଗାଡିରେ ନେଇ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଯାଉଥିବାର ଦେଖିବାକୁ ମିଳିଛି । ଏହି ମହିଳାଙ୍କୁ ସାହାଯ୍ୟ କରିବାକୁ ପାଖ ପଡୋଶୀ ତ ଦୂରର କଥା ନିଜ ସମ୍ପର୍କୀୟମାନେ ମଧ୍ୟ ଆସିନାହାନ୍ତି । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହର କେହି ଶବକୁ କାନ୍ଧ ଦେବାକୁ ଆସୁନାହାନ୍ତି ।

ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାରର ଅଭାବ ଅନାଟନ ଦେଇ ଗତି କରୁଥିବାରୁ ପାଖରେ ପଇସା ନଥିବାରୁ ସେ ତାଙ୍କ ସ୍ବାମୀଙ୍କ ଶବକୁ ଏକ ଠେଲା ଗାଡିରେ ଲଦି ନେଇଥିଲେ ।

ବୁଧବାର ରାତ୍ରି 55 ବର୍ଷୀୟ ସଦାଶିବ ହିର୍ତ୍ରିଙ୍କର ନିଜ ଘରେ ମୃତ୍ୟୁ ହୋଇଥିଲା । ଏହି ସମୟରେ ଘରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଥିଲେ । ହୃଦ୍‌ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । କିନ୍ତୁ ମହିଳା ଜଣଙ୍କୁ କେହି ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ, ଯାହା ଫଳରେ ମହିଳା ଜଣକ ନିଜ ସ୍ବାମୀଙ୍କ ଶବକୁ ଏକ କପଡାରେ ଗୁଡାଇ ଠେଲା ଗାଡିରେ ଲଦି ଶ୍ମଶାନ ନେଇ ଯାଇଥିଲେ ।

କରୋନା ରୋଗଠାରୁ ଦୂର କରି ନାହିଁ ବରଂ ଆମ ମଣିଷପଣିଆକୁ ମାରି ଦେଇଛି ।  କରୋନା ଭୟରେ ଆମେ ଆମର କର୍ତ୍ତବ୍ୟ ଓ ଦାୟିତ୍ବକୁ ମଧ୍ୟ ଭୁଲି ଯାଉଛୁ ।(ଏଜେନ୍ସି)

Related posts