Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଜିଯାଉଛି ମଣିଷପଣିଆ : କରୋନା ସନ୍ଦେହରେ ସାହାଯ୍ୟ କଲେନି ସମ୍ପର୍କୀୟ, ସ୍ବାମୀଙ୍କ ଶବକୁ ଠେଲାରେ ବୋହିଲେ ମହିଳା
ଆଜିର ଖବର

ହଜିଯାଉଛି ମଣିଷପଣିଆ : କରୋନା ସନ୍ଦେହରେ ସାହାଯ୍ୟ କଲେନି ସମ୍ପର୍କୀୟ, ସ୍ବାମୀଙ୍କ ଶବକୁ ଠେଲାରେ ବୋହିଲେ ମହିଳା

July 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବେଙ୍ଗାଲୁରୁ : କରୋନାଠାରୁ ଦୂରେଇ ରହିବାକୁ  ସାମାଜିକ ଦୂରତା ଆଳରେ ଆମ ସମାଜ ଅଧିକ ଅମାନବୀୟ ଓ ଅସଭ୍ୟ ହେବାକୁ ଲାଗିଛି । କରୋନା ସଂକଟ ଯୋଗୁଁ  ମାନବିକତାର ହତ୍ୟା ହେଉଛି । । ଏଠାରେ ରୋଗ ସହ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଘୃଣା କରାଯାଉଛି । ଏପରି ଏକ ଘଟଣା ବାଙ୍ଗାଲୋରରୁ ସାମ୍ନାକୁ ଆସିଛି । ।

କରୋନା ସଂକଟ କାଳରେ କର୍ଣ୍ଣାଟକର ବେଲଗ୍ରାମରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ବାମୀଙ୍କ ଶବକୁ ଏକ ଠେଲାଗାଡିରେ ନେଇ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଯାଉଥିବାର ଦେଖିବାକୁ ମିଳିଛି । ଏହି ମହିଳାଙ୍କୁ ସାହାଯ୍ୟ କରିବାକୁ ପାଖ ପଡୋଶୀ ତ ଦୂରର କଥା ନିଜ ସମ୍ପର୍କୀୟମାନେ ମଧ୍ୟ ଆସିନାହାନ୍ତି । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହର କେହି ଶବକୁ କାନ୍ଧ ଦେବାକୁ ଆସୁନାହାନ୍ତି ।

ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାରର ଅଭାବ ଅନାଟନ ଦେଇ ଗତି କରୁଥିବାରୁ ପାଖରେ ପଇସା ନଥିବାରୁ ସେ ତାଙ୍କ ସ୍ବାମୀଙ୍କ ଶବକୁ ଏକ ଠେଲା ଗାଡିରେ ଲଦି ନେଇଥିଲେ ।

ବୁଧବାର ରାତ୍ରି 55 ବର୍ଷୀୟ ସଦାଶିବ ହିର୍ତ୍ରିଙ୍କର ନିଜ ଘରେ ମୃତ୍ୟୁ ହୋଇଥିଲା । ଏହି ସମୟରେ ଘରେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଥିଲେ । ହୃଦ୍‌ ରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଛି । କିନ୍ତୁ ମହିଳା ଜଣଙ୍କୁ କେହି ସାହାଯ୍ୟ କରିବାକୁ ଆଗେଇ ଆସିଲେ ନାହିଁ, ଯାହା ଫଳରେ ମହିଳା ଜଣକ ନିଜ ସ୍ବାମୀଙ୍କ ଶବକୁ ଏକ କପଡାରେ ଗୁଡାଇ ଠେଲା ଗାଡିରେ ଲଦି ଶ୍ମଶାନ ନେଇ ଯାଇଥିଲେ ।

କରୋନା ରୋଗଠାରୁ ଦୂର କରି ନାହିଁ ବରଂ ଆମ ମଣିଷପଣିଆକୁ ମାରି ଦେଇଛି ।  କରୋନା ଭୟରେ ଆମେ ଆମର କର୍ତ୍ତବ୍ୟ ଓ ଦାୟିତ୍ବକୁ ମଧ୍ୟ ଭୁଲି ଯାଉଛୁ ।(ଏଜେନ୍ସି)

କରୋନା ମାନବିକତା
Share. Facebook Twitter LinkedIn Email WhatsApp Copy Link

Related Posts

ଜୁନ୍ ୬ରେ ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ

June 2, 2026

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

June 2, 2026

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଫେସବୁକ୍, ୟୁଟୁବ ମନା

June 2, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍

June 2, 2026
Latest News

ଜୁନ୍ ୬ରେ ଭାରତ-ଆଫଗାନିସ୍ତାନ ଟେଷ୍ଟ ମ୍ୟାଚ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ଲାଇଭ୍ ଷ୍ଟ୍ରିମିଂ

June 2, 2026

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ରାଇରଙ୍ଗପୁରରେ ହେବ ଉତ୍ସବ, ଯୋଗ ଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

June 2, 2026

୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଫେସବୁକ୍, ୟୁଟୁବ ମନା

June 2, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍

June 2, 2026

ବେଦାନ୍ତ ଗ୍ରୁପ୍ ଉପରେ ED ର କାର୍ଯ୍ୟାନୁଷ୍ଠାନ: ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଚଢାଉ

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.