କମିଶନରେଟ୍‌ ପୋଲିସର ଦୁଇ କନେଷ୍ଟବଳଙ୍କୁ କରୋନା

Published: Jul 19, 2020, 9:53 pm IST

ଭୁବନେଶ୍ବର : କମିଶନରେଟ୍‌ ପୋଲିସ୍‌ର ଦୁଇ କନେଷ୍ଟବଳଙ୍କୁ କରୋନା । ଏନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକ ଘର କେନ୍ଦ୍ରାପଡାରେ ହୋଇଥିବାବେଳେ ଆଉ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ଉଭୟଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ କନେଷ୍ଟବଳ ଛୁଟିରୁ ଫେରି ଆଇସୋଲେସନ୍‌ରେ ଥିଲେ । କରୋନା ଟେଷ୍ଟ ହେବା ପରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ବରରୁ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 34 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 18 ଜଣ ଲୋକାଲ୍‌ କେସ୍‌ ରହିଛି ।  ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଏଯାବତ ରାଜଧାନୀରେ ମୋଟ କରୋନା ପଜିଟିଭ ସଂଖ୍ୟା 1182କୁ ବୃଦ୍ଧି ପାଇଛି। 523 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 11 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 646 ଜଣ ସକ୍ରିୟ ସଂକ୍ରମିତ ରୋଗୀ ରହିଛନ୍ତି।

Related posts