ଦେଶରେ ଦିନକରେ 40 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, 681 ମୃତ

Published: Jul 20, 2020, 10:22 am IST

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ରେକର୍ଡ କରୁଛି ।  ଦିନକରେ ଭାରତରେ ସର୍ବାଧିକ 40 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 681ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 40 ହଜାର 425 ଜଣ ଆକ୍ରାନ୍ତ ହୋଇଥିବାବେଳେ 681ଜଣଙ୍କର ମୃତ୍ୟୁ ହୋଇଛି । ଦେଶଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 18 ହଜାର 43ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 27 ହଜାର 497କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ସକ୍ରିୟ ମାମଲା 3 ଲକ୍ଷ 90 ହଜାର 459 ଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 86 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 10 ହଜାର 455 ଆକ୍ରାନ୍ତ ରହିଥିବାବେଳେ 11 ହଜାର 854ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3 ହଜାର 628 ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 2 ହଜାର 481ଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 2ହଜାର 142ଜଣଙ୍କର ମୃତ୍ୟୁ ହୋଇଛି ।

Related posts