ନିଜ ଦେଶରେ ପାକ ସରକାରକୁ ବିରୋଧ : ଇମ୍ରାନ୍‌ଙ୍କୁ ସମାଲୋଚନା କଲେ ବିଲାବଲ୍‌

Published: Mar 14, 2019, 4:13 pm IST

ଚୀନ୍‌ ଦ୍ବାରା ଆତଙ୍କୀ ମାସୁଦ୍‌ ଅଜହର୍‌କୁ ବିଶ୍ବ ଆତଙ୍କୀ ଘୋଷଣାରୁ ବଂଚିତ କରିଥିବା ପାକିସ୍ତାନକୁ ଏବେ ସର୍ବତ୍ର ବିରୋଧର ସାମ୍ନା କରିବାକୁ ପଡୁଥିବାବେଳେ ନିଜ ଦେଶରେ ମଧ୍ୟ ଏହି ଘଟଣା ପାଇଁ ପାକିସ୍ତାନ ସରକାରକୁ ନିନ୍ଦିତ ହେବାକୁ ପଡୁଛି। ପୂର୍ବ ପ୍ରଧାନମନ୍ତ୍ରୀ ଆସିଫ୍‌ ଅଲୀ ଜରଦାରୀ ଓ ବେନଜିରୋ ଭୁଟୋଙ୍କ ପୁତ୍ର ତଥା ପିପୁଲସ୍‌ ପାର୍ଟିର ଚେୟାର୍‌ମ୍ୟାନ୍‌ ବିଲାବଲ୍‌ ଭୁଟ୍ଟୋ ଇମ୍ରାନ୍‌ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଲାବଲା କହିଛନ୍ତି ଯେ, – ପାକିସ୍ତାନ ମାଟିରେ ଅନ୍ୟ ଦେଶରେ ଆତଙ୍କ ସୃଷ୍ଟି କରି ଆତଙ୍କୀ ଆରାମରେ ବୁଲୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ପ୍ରତିବନ୍ଧକ ସଂଗଠନକୁ ସୁଯୋଗ ଦେବା ସହ ତା’କୁ ସାହାଯ୍ୟ କରି ସାରା ଦୁନିଆରେ କ’ଣ ବାର୍ତ୍ତା ଦେଉଛୁ ? ଇଏ କିପରି ଦେଶ, ଯେଉଁଠାରେ ନିର୍ବାଚିତ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଫାଶୀର ଆଦେଶ ଦିଆଯାଇପାରିବ, କିନ୍ତୁ ପ୍ରତିବନ୍ଧିତ ସଂଗଠନ, ଯେଉଁମାନେ ଆମ ଦେଶର ଶିଶୁଙ୍କୁ ହତ୍ୟା କରୁଛନ୍ତି ଓ ଅନ୍ୟ ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି, ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନିଥର ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ (ନଓ୍ବାଜ ଶରିଫ୍‌) ଆଜି ରୋଗଶଯ୍ୟାରେ, କିନ୍ତୁ ଜେଲ୍‌ରେ ରହିଛନ୍ତି। କିନ୍ତୁ ଆପଣ ପ୍ରତିବନ୍ଧିତ ସଂଗଠନକୁ ଗିରଫଦାରୀ କରିପାରିବେ ନାହିଁ। ଆତଙ୍କୀ ବିରୋଧୀରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଇମ୍ରାନ୍‌ ସରକାରଙ୍କୁ ପାକିସ୍ତାନରେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡୁଛି।

Related posts