Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଜ ଦେଶରେ ପାକ ସରକାରକୁ ବିରୋଧ : ଇମ୍ରାନ୍‌ଙ୍କୁ ସମାଲୋଚନା କଲେ ବିଲାବଲ୍‌
ଆଜିର ଖବର

ନିଜ ଦେଶରେ ପାକ ସରକାରକୁ ବିରୋଧ : ଇମ୍ରାନ୍‌ଙ୍କୁ ସମାଲୋଚନା କଲେ ବିଲାବଲ୍‌

March 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ ଦ୍ବାରା ଆତଙ୍କୀ ମାସୁଦ୍‌ ଅଜହର୍‌କୁ ବିଶ୍ବ ଆତଙ୍କୀ ଘୋଷଣାରୁ ବଂଚିତ କରିଥିବା ପାକିସ୍ତାନକୁ ଏବେ ସର୍ବତ୍ର ବିରୋଧର ସାମ୍ନା କରିବାକୁ ପଡୁଥିବାବେଳେ ନିଜ ଦେଶରେ ମଧ୍ୟ ଏହି ଘଟଣା ପାଇଁ ପାକିସ୍ତାନ ସରକାରକୁ ନିନ୍ଦିତ ହେବାକୁ ପଡୁଛି। ପୂର୍ବ ପ୍ରଧାନମନ୍ତ୍ରୀ ଆସିଫ୍‌ ଅଲୀ ଜରଦାରୀ ଓ ବେନଜିରୋ ଭୁଟୋଙ୍କ ପୁତ୍ର ତଥା ପିପୁଲସ୍‌ ପାର୍ଟିର ଚେୟାର୍‌ମ୍ୟାନ୍‌ ବିଲାବଲ୍‌ ଭୁଟ୍ଟୋ ଇମ୍ରାନ୍‌ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଲାବଲା କହିଛନ୍ତି ଯେ, – ପାକିସ୍ତାନ ମାଟିରେ ଅନ୍ୟ ଦେଶରେ ଆତଙ୍କ ସୃଷ୍ଟି କରି ଆତଙ୍କୀ ଆରାମରେ ବୁଲୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ପ୍ରତିବନ୍ଧକ ସଂଗଠନକୁ ସୁଯୋଗ ଦେବା ସହ ତା’କୁ ସାହାଯ୍ୟ କରି ସାରା ଦୁନିଆରେ କ’ଣ ବାର୍ତ୍ତା ଦେଉଛୁ ? ଇଏ କିପରି ଦେଶ, ଯେଉଁଠାରେ ନିର୍ବାଚିତ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଫାଶୀର ଆଦେଶ ଦିଆଯାଇପାରିବ, କିନ୍ତୁ ପ୍ରତିବନ୍ଧିତ ସଂଗଠନ, ଯେଉଁମାନେ ଆମ ଦେଶର ଶିଶୁଙ୍କୁ ହତ୍ୟା କରୁଛନ୍ତି ଓ ଅନ୍ୟ ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି, ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନିଥର ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ (ନଓ୍ବାଜ ଶରିଫ୍‌) ଆଜି ରୋଗଶଯ୍ୟାରେ, କିନ୍ତୁ ଜେଲ୍‌ରେ ରହିଛନ୍ତି। କିନ୍ତୁ ଆପଣ ପ୍ରତିବନ୍ଧିତ ସଂଗଠନକୁ ଗିରଫଦାରୀ କରିପାରିବେ ନାହିଁ। ଆତଙ୍କୀ ବିରୋଧୀରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଇମ୍ରାନ୍‌ ସରକାରଙ୍କୁ ପାକିସ୍ତାନରେ ମଧ୍ୟ ବିରୋଧର ସାମ୍ନା କରିବାକୁ ପଡୁଛି।

imrankhan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026
Latest News

ପୁଣି କନ୍ଦାଇବ ପିଆଜ ! ରୋଷେଇ ଘର ଉପରେ ମହଙ୍ଗାମାଡ଼

June 13, 2026

କଳାବଜାରୀ ଏବଂ ବେଆଇନ ଭାବରେ ଡିଜେଲ ମହଜୁଦ ରୋକିବା ପାଇଁ ନିୟନ୍ତ୍ରଣ ନିର୍ଦ୍ଦେଶ ଜାରି

June 13, 2026

ଆରଆରବି ନିଯୁକ୍ତି ପ୍ରକ୍ରିୟାର ସମୀକ୍ଷା କଲେ ଅଶ୍ୱିନୀ ବୈଷ୍ଣବ

June 13, 2026

ଜିଓ ଟିଭି ଆପ୍ ରେ ଓଡ଼ିଆ କଣ୍ଟେଣ୍ଟ ସମ୍ଭାର

June 13, 2026

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.