ଏଣିକି କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କଲେ ମିଳିବ 7500ଟଙ୍କା

Published: Jul 20, 2020, 8:17 pm IST

ଭୁବନେଶ୍ୱର : କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଏଣିକି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ସତ୍କାର କଲେ ମିଳିବ ଆର୍ଥିକ ରାଶି । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ଦାହ ପାଇଁ 7ହଜାର 500 ଟଙ୍କା ଦେବେ ସରକାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନାରେ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ଅସମ୍ମାନ ପରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। କେବଳ ସେତିକି ନୁହେଁ କରୋନା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକେ ମୃତଦେହ ପାଖ ମାଡ଼ୁନଥିବା ବି ଅଭିଯୋଗ ହେଉଛି । ଏହି ଘୋଷଣା ପରେ କରୋନା ରୋଗୀଙ୍କ ମୃତଦେହ ସତ୍କାର କ୍ଷେତ୍ରରେ ସଂସ୍କାର ଆସିବ ବୋଲି ଆଶା ରହିଛି ।

Related posts