Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି
ଆଜିର ଖବର

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି

July 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଓଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ୭୦ ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି। ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର କେୟାର ହସ୍ପିଟାଲ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଏକ ଯୁଗର ଅବସାନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି  ହେବ ନାହିଁ। ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ ବିଜୟ ମହାନ୍ତି। ୧୯୭୭ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ବିଜୟ ମହାନ୍ତି ନିଜ ଜୀବନକାଳ ମଧ୍ୟରେ ୧୭୫ ଟି ଫିଲ୍ମରେ ଅଭିନୟ କରିଛନ୍ତି।

‘ନାଗ ଫାଶ’ ଚଳଚ୍ଚିତ୍ରରୁ ଅଭିନୟ କରିଥିବା ବିଜୟ ମହାନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜୟୀ ହୋଇଛନ୍ତି। ଉଭୟ ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ସେ ଛାଡି ଯାଇଛନ୍ତି ଏକ ସ୍ବତନ୍ତ୍ର ଛାପ।

୧୯୭୭ ମସିହାରେ ବିଜୟ ମହାନ୍ତି  ଅଭିମାନ ଚଳଚ୍ଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ। ସେ ଚରିତ୍ର ଅଭିନେତା ଠାରୁ ଆରମ୍ଭ କରି ହାସ୍ୟ ଅଭିନେତା, ଖଳନାୟକ, ନାୟକ ଆଦି ବିଭିନ୍ନ ଭୂମିକାରେ ଅଭିନୟ କରି ଓଡ଼ିଆ ଫିଲ୍ମ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ‘ଚିଲିକା ତୀରେ’ ଫିଲ୍ମରେ ସେ ପ୍ରଥମେ ଅଭିନୟ କରିଥିଲେ ସୁଦ୍ଧା ନାଗଫାଶ ଚଳଚ୍ଚିତ୍ରଟି ତାଙ୍କର ପ୍ରଥମେ ମୁକ୍ତିଲାଭ କରିଥିଲା ।  ବହୁ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଆସି ସେ ନିଜ ବହୁମୁଖୀ ଅଭିନୟ ଦକ୍ଷତା ସାବ୍ୟସ୍ତ କରିପାରିଥିଲେ । ସବୁ ଚରିତ୍ରରେ ସେ ନିଜର ଅଭିନୟର ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି ।

ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୪ ମସିହାରେ ଜୟଦେବ ସମ୍ମାନରେ ସମ୍ମାନିତ ହୋଇଥିବାବେଳେ ୨୦୦୯ ମସିହାରେ ନାଟକ ‘ଅଜାତି’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ସେହିପରି ଓଡ଼ିଆ କଥାଚିତ୍ର  ‘ଆରତୀ’, ଏଇ ଆମ ସଂସାର’, ‘ମମତା ମାଗେ ମୂଲ’, ‘ଭାଇ ହେଲା ଭଗାରି’ ଆଦି ଚଳଚ୍ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

କେବଳ ଅଭିନୟ ନୁହେଁ, ରାଜନୀତିରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ ବିଜୟ ମହାନ୍ତି । ୨୦୧୪ ମସିହା ଲୋକ ସଭା ନିର୍ବାଚନରେ ସେ ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ମାତ୍ର ଏଥିରେ ସେ ବିଜୟୀ ହୋଇପାରିନଥିଲେ । ଏହା ପରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ । 

ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିଜୟ ମହାନ୍ତି ବିବାହ କରିଥିବାବେଳେ ତାଙ୍କର ଏକ ଝିଅ ଅଛନ୍ତି ।  ତାଙ୍କ ଅଭିନୀତ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ରହିଛି – ‘ସଉତୁଣୀ’, ‘ଚିଲିକା ତୀରେ’, ‘ସମୟ ବଡ ବଳବାନ’, ‘ଜଗା ହାତରେ ପଘା’, ‘ବଳିଦାନ’, ‘ସହରୀ ବାଘ’, ‘ସ୍ବପ୍ନ ସାଗର’ , ‘କାବେରୀ’, ‘ହାକିମ ବାବୁ’, ‘ଧର୍ମର ହେବ ଜୟ’, ‘ଚକା ଚକା ଭଉଁରୀ’, ‘ଭାଇ ଭଗାରୀ’, ‘ ନାରୀ ନୁହେଁ ତୁ ନାରାୟଣୀ’, ‘ବୋଉ’,  ’ଦଣ୍ଡାବାଳୁଙ୍ଗା’, ‘ଅଣ୍ଟି ଛୁରୀ ତଣ୍ଟି କାଟେ’, ‘ଭୀଷ୍ମ ପ୍ରତିଜ୍ଞା’, ‘ପଞ୍ଜୁରୀ ଭିତରେ ଶାରୀ’, ‘କି ହେବ ଶୁଆ ପୋଷିଲେ’ ପରି ଶତାଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ’ଭୁଲି ହୁଏନା’ରେ ସେ ପ୍ରଥମଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ ।

ବିଜୟ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026
Latest News

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.