Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ପରଲୋକ
ଆଜିର ଖବର

ମଧ୍ୟପ୍ରଦେଶ ରାଜ୍ୟପାଳଙ୍କ ପରଲୋକ

July 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନଙ୍କ ପରଲୋକ ହୋଇଛି । 85 ବର୍ଷ ବୟସରେ ଲାଲାଜୀ ଟଣ୍ଡନ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଲାଲ୍‌ଜୀଙ୍କ ପୁଅ ଆଶୁତୋଷ ଟଣ୍ଡନ । ବିଗତ କିଛି ଦିନ ହେବ ଲାଲ୍‌ଜୀ ଟଣ୍ଡନ ଅସୁସ୍ଥ ଥିଲେ । ଲକ୍ଷ୍ନୌଠାରେ ତାଙ୍କର ଚିକିତ୍ସା ଚାଲିଥିଲା ।

ବିଳମ୍ବିତ ରାତ୍ରିରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା । ଗମ୍ଭୀର ଅବସ୍ଥାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  ତେବେ ଆଜି ସକାଳ 5ଟା35 ମିନିଟ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଜୁନ୍‌ 11 ତାରିଖରେ ଲାଲ୍‌ଜୀ ଟଣ୍ଡନ୍‌ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଲାଲ୍‌ଜୀଙ୍କ ଅସୁସ୍ଥତା ଯୋଗୁଁ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌ଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତି ଦାୟିତ୍ବ ଦିଆଯାଇଛି ।

1935 ମସିହା ଅପ୍ରେଲ୍‌ 12 ତାରିଖରେ ଜନ୍ମଗ୍ରହଣ କରିଥିଲା ଲାଲ୍‌ଜୀ ଟଣ୍ଡନ୍‌ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ରୂପେ ରହିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବହୁ ନିକଟତର ଥିଲେ ଲାଲ୍‌ଜୀ ।  ଲାଲ୍‌ଜୀ ଟଣ୍ଡନ୍‌ ବହୁଥର ବିଧାନସଭାର ସଦସ୍ୟ ଓ ବିଧାନପରିଷଦର ସଦସ୍ୟ ରୂପେ ରହିଛନ୍ତି । ଲାଲ୍‌ଜୀ ଟଣ୍ଡନ୍‌ ବିଏସ୍‌ପି-ବିଜେପି ମେଣ୍ଟ ଓ କଲ୍ୟାଣ ସିଂହ ସରକାରରେ ମନ୍ତ୍ରୀ ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି ।

2009 ମସିହାରେ ଲକ୍ଷ୍ନୌ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ ଲାଲ୍‌ଜୀ ।  ଅଗଷ୍ଟ 23, 2018 ମସିହାରେ ବିହାରର ରାଜ୍ୟପାଳ ହୋଇଥିଲେ ଲାଲ୍‌ଜୀ ଟଣ୍ଡନ୍‌ । ଏହା ପରେ ଜୁଲାଇ 29, 2019 ମସିହାରେ ସେ ମଧ୍ୟପ୍ରଦେଶରେ ରାଜ୍ୟପାଳ ରୂପେ ଅବସ୍ଥାପିତ ଥିଲେ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026
Latest News

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.