ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 6ଜଣଙ୍କ ଜୀବନ ନେଇଛି କରୋନା । ଆଜି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 100 ଡେଇଁଛି । 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ 5ଜଣ ପୁରୁଷ ରହିଛନ୍ତି ।
ଆଜି 6ଟି ଜିଲ୍ଲାରୁ 6ଜଣଙ୍କ ଜୀବନ ଯାଇଛି । ଆଜି 6 ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡା, ରାୟଗଡା, ଜଗତସିଂହପୁର, ଗଜପତି, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ଆଜି ମୃତ୍ୟୁବରଣ କରିଥିବା 6ଜଣଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ 63 ବର୍ଷୀୟ ପୁରୁଷ ରହିଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନ୍ସରରେ ପୀଡ଼ିତ ଥିଲେ । ସେହିପରି କଟକ ଜିଲ୍ଲାରୁ 26 ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ହୋଇଛି ।
ଗଜପତି ଜିଲ୍ଲାରୁ 68 ବର୍ଷୀୟ ଜଣେ ପୁରୁଷ ଥିବାବେଳେ ସେ ମଧ୍ୟ ଡାଇବେଟିସ୍ ଓ ହାଇପର୍ଟେନସନ୍ରେ ଥିଲେ । ଜଗତସିଂହପୁରରୁ ଜଣେ 58 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାେବଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଆଜି ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 75 ବର୍ଷ ର ବୋଲି ସୂଚନା ରହିଛି । ସେହିପରି ରାୟଗଡା ଜିଲ୍ଲାରୁ 74 ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି ।
ଆଜି 6ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 103କୁ ବୃଦ୍ଧି ହୋଇଛି । ସେହିପରି ଜଗତସିଂହପୁରରେ ମୃତ୍ୟୁ ସଂଖ୍ୟା2କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ହୋଇଛି । ସେହିପରି କଟକ ଜିଲ୍ଲାରେ 8କୁ ବୃଦ୍ଧି ହୋଇଛି । କେନ୍ଦ୍ରାପଡା ଓ ରାୟଗଡାରେ ମୃତ୍ୟୁ ସଂଖ୍ୟା 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଗଜପତି ଜିଲ୍ଲାରେ 5 ଜଣଙ୍କ ମୃତ୍ୟୁ ହୋଇଛି ।