14 ଜିଲ୍ଲାରୁ 103ଜଣଙ୍କ ମୃତ୍ୟୁ : ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି

Published: Jul 21, 2020, 12:32 pm IST

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଜଟିଳ ଅବସ୍ଥାକୁ ଗତି କରୁଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 18 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 100 ଡେଇଁ ସାରିଛି । ସେହିପରି ଅନ୍ୟ 30 ଜଣେ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି । ବିଶେଷ କରି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି, ଯାଜପୁର ଆଦି ଜିଲ୍ଲାଗୁଡିକରେ କରୋନାସ୍ଥିତି ବେଶ୍‌ ଚିନ୍ତାଜନକ ରହିଛି । ତେବେ ସବୁଠୁ ଆଶ୍ବସ୍ତିର କଥା ହେଉଛି ରାଜ୍ୟରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି ।  ଅପରପକ୍ଷରେ ରାଜ୍ୟରେ ପ୍ଲାଜ୍‌ମା ଥେରାପି ମଧ୍ୟ ସଫଳ ହୋଇଛି । ଗତକାଲି 6ଜଣଙ୍କୁ ପ୍ଲାଜମା ଦିଆଯାଇଥିବାବେଳେ 4 ଜଣଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି। ସେହିପରି ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯାଇଛି ।

ତେବେ ଆସନ୍ତୁ  ଜାଣିବା ରାଜ୍ୟର 30ଟି ଜିଲ୍ଲାରେ କରୋନା ସ୍ଥିତି କିପରି ରହିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 5991 3871 2057 59 4
ଖୋର୍ଦ୍ଧା 2098 1202 875 14 7
କଟକ 1327 947 368 9 3
ଯାଜପୁର 1023 839 182 1 1
ସୁନ୍ଦରଗଡ 828 714 109 2 3
ବାଲେଶ୍ବର 744 507 235 0 2
ଗଜପତି 718 562 151 5 0
ଜଗତସିଂହପୁର 575 382 191 2 0
ମୟୂରଭଞ୍ଜ 471 322 147 0 2
କେଉଁଝର 422 338 83 0 1
ପୁରୀ 416 320 92 2 2
ଭଦ୍ରକ 392 297 91 1 3
କେନ୍ଦ୍ରାପଡା 365 303 59 2 1
ନୟାଗଡ 344 265 78 1 0
କୋରାପୁଟ 339 96 243 0 0
ମାଲ୍‌କାନଗିରି 306 161 145 0 0
ବଲାଙ୍ଗିର 291 256 35 0 0
ବରଗଡ 273 194 78 1 0
କନ୍ଧମାଳ 255 199 56 0 0
ରାୟଗଡା 242 138 102 2 0
ଅନୁଗୁଳ 229 145 82 2 0
ଝାରସୁଗୁଡା 226 182 44 0 0
ସମ୍ବଲପୁର 194 111 83 0 0
ନବରଙ୍ଗପୁର 159 130 28 0 1
ଢେଙ୍କାନାଳ 142 91 51 0 0
ନୂଆପଡା 100 100 0 0 0
କଳାହାଣ୍ଡି 87 78 9 0 0
ବୌଦ୍ଧ 77 50 27 0 0
ଦେବଗଡ 69 66 3 0 0
ସୋନପୁର 54 44 10 0 0

Related posts