Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଦଳରେ ଭିନ୍ନ ମତ
ଆଜିର ଖବର

ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଦଳରେ ଭିନ୍ନ ମତ

March 14, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

କିଛିଦିନ ହେବ ଦିଲ୍ଲୀରେ ରାଜନୀତିର ତାପମାତ୍ରା ବହୁତ ଗରମ ରହିଛି। ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରୀଓ୍ବାଲ୍‌ କଂଗ୍ରେସ ସହ ମେଣ୍ଟ କରିବାକୁ ଆଗ୍ରହୀ ଥିବାବେଳେ କଂଗ୍ରେସର ଏହି ମେଣ୍ଟକୁ ନେଇ ଭିନ୍ନ ମତ ପ୍ରକାଶ ପାଉଛି। ଚଳିତ ଲୋକସଭା ନିର୍ବାଚନରେ ମୋଦିଙ୍କୁ ମାତ୍‌ ଦେବା ପାଇଁ ଅରବିନ୍ଦ କେଜ୍‌ରିଓ୍ବାଲ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିବାବେଳେ କଂଗ୍ରେସ ସଫା ସଫା ମନା କରିଦେଇଥିଲା। ସେହି ସମୟରେ ଆପ୍‌ ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ବିଜେପି ସହ ଗୁପ୍ତ ବୁଝାମଣା କରିଥିବାର ଅଭିଯୋଗ କରିଥିଲା। ଏବେ ପୁଣି ଥରେ ପଞ୍ଜାବ ଓ ହରିୟାଣାରେ କଂଗ୍ରେସ ସହ ମିଳିତ ଭାବରେ ନିର୍ବାଚନ ଲଢିବାକୁ ଆପ୍‌ କଂଗ୍ରେସକୁ ନିବେଦନ କରିଛି। ପଞ୍ଜାବରେ ଅମରିନ୍ଦର ସିଂହ ଏହି ମେଣ୍ଟକୁ ମନା କରିଥିବାବେଳେ ଏହି ଭିତରେ କଂଗ୍ରେସର ଦିଲ୍ଲୀର ପ୍ରଭାରୀ ପିସି ଚାକୋଙ୍କ ଏକ ଅଡ଼ିଓ ଭାଇରାଲ୍‌ ହୋଇଛି । ଯେଉଁଥିରେ ବିଜେପିକୁ ଟକ୍କର ଦେବା ପାଇଁ ଆପ୍‌ ସହ କଂଗ୍ରେସ ହାତ ମିଶାଇବା ନେଇ କର୍ମୀଙ୍କ ରାୟ ମାଗିଛନ୍ତି। ଏହି ଅଡ଼ିଓକୁ ନେଇ ଦିଲ୍ଲୀର କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ୍‌ଙ୍କୁ ଏ ବିଷୟରେ ପଚରାଯିବାରୁ ସେ ଏହି ବିଷୟରେ କିଛି ଜାଣିନାହାନ୍ତି ବୋଲି ଉତ୍ତର ଦେଇଛନ୍ତି। କିନ୍ତୁ ଦିଲ୍ଲୀର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ଅଜୟ ମାକେନ୍‌ଙ୍କ ବୟାନ ଶୀଲାଙ୍କ ବୟାନଠାରୁ ପୂରା ଭିନ୍ନ ରହିଛି। ଅଜୟ ମାକେନ୍‌ କହିଛନ୍ତି ଯେ, ୫୨,୦୦୦ କାର୍ଯ୍ୟକର୍ତ୍ତାଙ୍କ ସହ ଶକ୍ତି ଆପ୍‌ ଜରିଆରେ ସର୍ଭେ କରାଯାଉଛି, ଯାହାର ଆଧାରରେ ନିର୍ଣ୍ଣୟ ନିଆଯିବ।  ଶିଲା ଓ ଅଜୟଙ୍କ ମନ୍ତବ୍ୟ ଶୁଣିବା ପରେ ଆପ୍‌କୁ ନେଇ କଂଗ୍ରେସର ଏବେ ଦୁଇ ମତ ସୃଷ୍ଟି ହୋଇଛି। ଗୋଟିଏ ପଟେ ଶିଲା ଏହାକୁ ବିରୋଧ କରୁଥିବାବେଳେ ଅନ୍ୟ ପଟେ ଅଜୟ ମାକନ ଓ ପିସି ଚାକୋ ଏହାକୁ ସମର୍ଥନ କରୁଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ୭ଟି ଲୋକସଭା ସିଟ୍‌ ରହିଛି ଏଠାରେ ଆମ୍‌ଆଦ୍‌ମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବାର ରହିଛି।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026
Latest News

ବୁଥ ବାହୁଡା ମତ: ଆସାମରେ ବିଜେପି, ତାମିଲନାଡୁରେ ଶାସକ DMK+ ମେଣ୍ଟ

April 29, 2026

ବୁଥ ବାହୁଡା ମତ: TMCକୁ ମିଳିପାରେ ଝଟକା

April 29, 2026

କେରଳରେ ବିଜୟନ ସରକାର ହ୍ୟାଟ୍ରିକ୍ କରିବ ନା ହାର ମାନିବ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୫ଟା ସୁଦ୍ଧା ୮୯.୯୯ ପ୍ରତିଶତ ମତଦାନ

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.