ରାଜ୍ୟରେ ଆଜି 400 ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

Published: Jul 21, 2020, 7:23 pm IST

ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 400 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 137 କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ପଛକୁ କଟକରୁ 58, ଖୋର୍ଦ୍ଧାରୁ 46, କୋରାପୁଟରୁ 41, ଯାଜପୁରରୁ 37, କେନ୍ଦୁଝରରୁ 14, କେନ୍ଦ୍ରାପଡ଼ୁାରୁ 10, ମୟୂରଭଂଜରୁ 9, ନୟାଗଡ଼ ଓ ସୁନ୍ଦରଗଡ଼ରୁ 7 ଲେଖାଏଁ, ବରଗଡ଼ରୁ 5 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁର ଓ ସୋନପୁରରୁ ମଧ୍ୟ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନୁଗୁଳ,କଳାହାଣ୍ଡି ଓ ପୁରୀରୁ 4 ଲେଖାଏଁ,ବୋଦ୍ଧରେ 3, ଭଦ୍ରକରୁ 2, ରାୟଗଡ଼ା ଓ ସମ୍ବଲପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 13 ହଜାର 309କୁ ବୃଦ୍ଧି ପାଇଛି।

Related posts