କରୋନା ମହାମାରୀ ପାଇଁ ଅମରନାଥ ଯାତ୍ରା ବାତିଲ

Published: Jul 21, 2020, 8:19 pm IST

ଶ୍ରୀନଗର, କରୋନା ମହାମାରୀ କାରଣରୁ ଏବର୍ଷର ଅମରନାଥ ଯାତ୍ରାକୁ ବାତିଲ କରି ଦିଆଯାଇଛି। ଆଜି ଶ୍ରୀନଗରରେ ଉପରାଜ୍ୟପାଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ଏହି ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବାର୍ଷିକ ତୀର୍ଥଯାତ୍ରା ଶ୍ରାବଣ ପୂର୍ଣ୍ଣିମାରେ (ରାକ୍ଷୀପୂର୍ଣ୍ଣିମା) ସମ୍ପନ୍ନ ହୋଇଥାଏ | ଏହା ପରେ ପବିତ୍ର ଗୁମ୍ଫା ବନ୍ଦ ହୋଇଥାଏ | ତେବେ ଏଥର ଏହି ଯାତ୍ରା ଜୁନ 23ରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ସଂକ୍ରମଣ ହେତୁ ପଞ୍ଜୀକରଣ ଆରମ୍ଭ ହୋଇପାରି ନଥିଲା |

ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଯାତ୍ରା ଜୁଲାଇ ୨୧ରୁ କରାଯାଇପାରିବ|କିନ୍ତୁ ଜୁଲାଇରେ କରୋନା ସଂକ୍ରମଣର ମାତ୍ରା ବଢିବା କାରଣରୁ ପ୍ରଶାସନ ଅମରନାଥ ଯାତ୍ରାକୁ ବାତିଲ କରିଛି | ତେବେ ଭକ୍ତଙ୍କ ଭାବନାକୁ ନଜରରେ ରଖି ଅମରନାଥଙ୍କର ଉଭୟ ସକାଳ ଓ ସନ୍ଧ୍ୟା ଧୂପ ଓ ଆଳତିର ସିଧାପ୍ରସାରଣ କରାଯିବ, ଯାହାକୁ ଭକ୍ତ ଲାଇଭ ଦେଖିପାରିବେ ବୋଲି କୁହାଯାଇଛି |

Related posts