ଶରଜିଲ୍‌ ଇମାମ୍‌ଙ୍କୁ କରୋନା

Published: Jul 21, 2020, 9:50 pm IST

ନୂଆଦିଲ୍ଲୀ : ଦେଶ ବିରୋଧୀ ଭାଷଣ ଦେବା ଅଭିଯୋଗ ରେ ଦୋଷୀ ସାବ୍ୟସ୍ତ ହୋଇ ଗୌହ୍ବାଟୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ଶରଜିଲ ଇମାମ କାରୋନାରେ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀ ପୋଲିସ ର କହିବା ଅନୁଯାୟୀ ଦିଲ୍ଲୀ ପୋଲିସର ଏକ ସ୍ଵତନ୍ତ୍ର ଦଳ ତାକୁ ଆଣିବାକୁ ଆସାମ ଯାଇଥିଲେ । ଆସାମ ଆଣିବା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷା କରଯାଇଥିଲା ଏବଂ ଉକ୍ତ ପରୀକ୍ଷଣରେ ସେ କୋ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।
ଏକ ମାମଲା ରେ ୨୫ ତାରିଖ ରେ ଦିଲ୍ଲୀ ର ଏକ କୋର୍ଟ ରେ ତାକୁ ହାଜର କରାଯିବାର ଥିଲା ,କିନ୍ତୁ ଏବେସେ  ଆଉ ହାଜର କରାଯିବ ନାହିଁ । ସିଏଏ ବିରୋଧୀ ଆନ୍ଦୋଳୋନରେ ଏକ ପ୍ରମୁଖ ଚେହେରା ପାଲଟି ଥିବା ଶରଜିଲ ଦିଲ୍ଲୀ ର ଜମିୟା ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ରେ ୨ ଟି ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେଇଥିଲେ ।  ଏଥିପାଇଁ ଦିଲ୍ଲୀ ସମେତ ୫ ଟି ସ୍ଥାନରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା ।  ସେ କିଛିଦିନ ଫେରାର ହେବା ପରେ ତାଙ୍କୁ ୨୮ ଜାନୁଆରୀରେ ବିହାରରୁ ଗିରଫ ହୋଇଥିଲେ ।

Related posts