ପ୍ରେମିକା ପାଇଁ ମାତ୍ର 15 ଦିନ ଭିତରେ 12ଟି ବାଇକ୍‌ ଚୋରି କଲା ପ୍ରେମିକ

Published: Jul 22, 2020, 9:37 am IST

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ପୂରା ଦେଶ ଏବେ କରୋନା ସଂକଟ ଦେଇ ଗତି କରୁଥିବାବେଳେ ଜଣେ ନିଜେ ପ୍ରେମିକା ପାଇଁ 12ଟା ବାଇକ୍‌ ଚୋରି କରିଛି । ଏହି ଘଟଣାଟି ପୂର୍ବ ଦିଲ୍ଲୀର ପଟପଡଗଞ୍ଜ ଅଞ୍ଚଳର ଘଟିଛି । ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ବୁଲାଇବା ପାଇଁ ଚୋରି ବନି ଯାଇଛନ୍ତି । ମାତ୍ର 15 ଦିନ ଭିତରେ ଗୋଟିଏ ଦୁଇଟି କି ନୁହେଁ 12ଟି ବାଇକ୍‌ ଚୋରି କରିଛନ୍ତି । ପୋଲିସ୍‌ ଏହି ଘଟଣାର ସମସ୍ତ ବାଇକକୁ ଜବତ କରି ଏହି ଘଟଣାରେ ରହିଥିବା ଅଭିଯୁକ୍ତ ତିନିଜଣଙ୍କୁ ଗିରଫ କରିଛି ।

ତେବେ ଏହି ଘଟଣାରେ ଗାଜୀପୁରଠାରେ ପିକେଟିଂ ଚେକିଂ ସମୟରେ ବ୍ୟକ୍ତିଜଣକ ଧରାପଡିଥିଲେ । ଏହାପରେ ଗାଡିର କାଗଜପତ୍ର ମାଗିବା ବେଳେ ଅସଲ କଥା ସାମ୍ନାକୁ ଆସିଥିଲା। ଏହାପରେ ସମସ୍ତ ଘଟଣା ପଦାକୁ ଆସିଥିଲା ।  ପ୍ରେମିକ ଜଣକ ନିଜ ପ୍ରେମିକାକୁ ଖୁସି କରିବା ପାଇଁ ମଣ୍ଡାଓ୍ବଲୀ, ମଧୁ ବିହାର ଓ ଗାଜୀପୁର ଅଞ୍ଚଳରୁ ବାଇକ୍‌ ଚୋରି କରୁଥିଲା । ବାଇକ୍‌ ବ୍ୟବହାର କରି ସାରିବା ପରେ ବାଇକ୍‌କୁ ବିକ୍ରି କରି ସେହି ପଇସାରେ ପ୍ରେମିକାକୁ ଶପିଂ କରାଇବା ସହ ପାର୍ଟି ମଧ୍ୟ କରୁଥିଲା । (ଏଜେନ୍ସି)

Related posts