ସପ୍ତାହେ ପାଇଁ ସଟ୍‌ଡାଉନ୍‌ ହେଲା ଏହି ଜିଲ୍ଲା

Published: Jul 22, 2020, 12:47 pm IST

ରାୟଗଡା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାକୁ ଆସନ୍ତା 7 ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ଜୁଲାଇ 29 ତାରିଖ ଯାଏଁ ସଟ୍‌ଡାଉନ୍‌ ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି ।

ସୂଚନାଯୋଗ୍ୟ ଆଜି ରାୟଗଡା ଜିଲ୍ଲାରୁ  96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 338ରେ ପହଞ୍ଚିଥିବାବଳେ 139 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ 2 ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ସୁଦ୍ଧା 197ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts