Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଫେଲ୍‌ ମାମଲା : ଲିକ୍‌ ହୋଇଥିବା ଦସ୍ତାବିଜ୍‌ ଉପରେ ଶୁଣାଣି ସଂରକ୍ଷିତ
ଆଜିର ଖବର

ରାଫେଲ୍‌ ମାମଲା : ଲିକ୍‌ ହୋଇଥିବା ଦସ୍ତାବିଜ୍‌ ଉପରେ ଶୁଣାଣି ସଂରକ୍ଷିତ

March 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ଚର୍ଚ୍ଚିତ ରାଫେଲ୍‌ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ ବିଶେଷାଧିକାର ପାଇଁ କେନ୍ଦ୍ର ସରକାର ଆଜି ସୁପ୍ରିମ୍‌କୋର୍ଟରେ ନୂତନ ଯୁକ୍ତି ଉପସ୍ଥାପନ କରିଥିବାବେଳେ ସୁପ୍ରିମ୍‌କୋର୍ଟ ଏହି ମାମଲାରରେ ରାୟ ସଂରକ୍ଷିତ ରଖିଛନ୍ତି। ସମ୍ବିଧାନ ଅଧୀନରେ ଥିବା ‘ରିଜନେବଲ୍ ରେଷ୍ଟ୍ରିକ୍‌ସନ୍‌ ଲ’ ଏବଂ ସୂଚନାଧିକାର ଆଇନ ବା ଆରଟିଆଇ ଆକ୍ଟ ଅନୁଯାୟୀ ରିଭ୍ୟୁ ପିଟିସନ୍‌ ଶୁଣାଣିରୁ ଏହି ଦସ୍ତାବିଜ୍‌କୁ ବାଦ୍‌ ଦିଆଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଆଜି ଯୁକ୍ତି ରଖାଯାଇଥିଲା। କିନ୍ତୁ ଏହାର ଉତ୍ତରରେ କୋର୍ଟ ସରକାରୀ ଓକିଲଙ୍କୁ ପ୍ରଶ୍ନ କରିଥିଲେ, ଆରଟିଆଇ ଆକ୍ଟର ଏକ ଧାରା ରହିଛି ଯେ, ଦୁର୍ନୀତି କ୍ଷେତ୍ରରେ ବ୍ରିଟିଶ ଅମଳର ଅଫିସିଆଲ ସିକ୍ରେଟ୍‌ ଆଇନକୁ ଅଣଦେଖା କରାଯାଇପାରିବ। ଗୋପନୀୟ ବିଚାର କରାଯାଉଥିବା ଏହି ତଥ୍ୟର ବ୍ୟବହାରରେ ସରକାରଙ୍କ ବିଶେଷାଧିକାର ଦାବି ଭିତ୍ତିରେ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆଜିର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ରକ୍ଷାମନ୍ତ୍ରାଳୟରୁ ଲିକ ହୋଇଥିବା ଦସ୍ତାବିଜ ଗୁଡିକୁ ପୁର୍ନବିଚାର ଆବେଦନରୁ ହଟାଯାଉ, କାରଣ ସେହି ଦସ୍ତାବିଜ ଗୁଡିକ ଉପରେ ଭାରତ ସରକାରଙ୍କ ଅଧିକାର ରହିଛି ବୋଲି ଯୁକ୍ତି ରଖିଥିଲେ। ଅଫିସିଆଲ ସିକ୍ରେଟ୍‌ ଆକ୍ଟ ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟର ତଥ୍ୟ ସୁପ୍ରିମ୍‌କୋର୍ଟରେ ଉପସ୍ଥାପିତ ହୋଇପାରିବନି ବୋଲି କହିବା ସହିତ ଆଟର୍ଣ୍ଣି ଜେନେରାଲ୍‌ ଏହି ମାମଲା ବିଶେଷାଧିକାର ଅଧୀନରେ ଆସୁଥିବାରୁ ଏହାର ସାର୍ବଜନୀନ ବ୍ୟବହାର ଉପରେ ରୋକ୍‌ ଲଗାଯାଉ ବୋଲି ସୁପ୍ରିମ୍‌କୋର୍ଟଙ୍କୁ କହିଥିଲେ।  ତେବେ ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି  ରଞ୍ଜନ ଗୋଗେଇଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କେନ୍ଦ୍ର ଦ୍ବାରା ଉଠାଯାଇଥିବା ପ୍ରାରମ୍ଭିକ ଅଭିଯୋଗର ଶୁଣାଣି କରାଯିବାପରେ ରଫେଲ ଡିଲ ସମ୍ପର୍କିତ ଶୁଣାଣି କରାଯିବ ବୋଲି କହିଛନ୍ତି।

BJP Ads
supremecourt thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025

କଟକ ବାଲିଯାତ୍ରା ପଡିଆରେ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

November 6, 2025
BJP Ads
Latest News

ଅମୁଲ ଏବଂ ଇଫକୋ କୁ କାହିଁକି ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

November 6, 2025

ନଭେମ୍ବର ୩୦ ପର୍ଯ୍ୟନ୍ତ ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ୪.୦

November 6, 2025

ପୁରଣ ହେଲାନି ଦାବି, ଆଜିଠାରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ରାଜ୍ୟ ସରକାରୀ ଆୟୁଷ ଛାତ୍ରଛାତ୍ରୀ

November 6, 2025

ଐତିହାସିକ କଟକ ବାଲିଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଏଣିକି ୧୦ କୋଟି ଟଙ୍କା ଦେବାକୁ କଲେ ଘୋଷଣା

November 6, 2025

ଜଖପୁରାରେ ନୂତନ ଗତି ଶକ୍ତି କାର୍ଗୋ ଟର୍ମିନାଲ୍ କାର୍ଯ୍ୟକ୍ଷମ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.