Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭାରେ ଶପଥ ନେଇଥିବା 45 ସାଂସଦଙ୍କ ମଧ୍ୟରୁ 36 ପ୍ରଥମ ଥର ପାଇଁ ନିର୍ବାଚିତ
ଆଜିର ଖବର

ରାଜ୍ୟସଭାରେ ଶପଥ ନେଇଥିବା 45 ସାଂସଦଙ୍କ ମଧ୍ୟରୁ 36 ପ୍ରଥମ ଥର ପାଇଁ ନିର୍ବାଚିତ

July 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଜ୍ୟସଭାକୁ ନବ ନିର୍ବାଚିତ 45 ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରୁ 36 ଜଣ ସାଂସଦ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ଏବଂ ଉପ-ନିର୍ବାଚନରେ ​​20ଟି ରାଜ୍ୟରୁ 61 ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଏଥିରୁ 45 ଜଣ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଶରଦ ପାୱାର, ଦିଗବିଜୟ ସିଂ ଓ ରାମଦାସ ଅଠାୱାଲେଙ୍କ ସମେତ 12 ଜଣ ସିଟିଂ ସାଂସଦ ଅଛନ୍ତି । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅଫିସରେ ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଇଥିଲା ।

ଆଜି ଶପଥ ନେଇଥିବା ସଦସ୍ୟମାନେ ହେଲେ-

ଆନ୍ଧ୍ରପ୍ରଦେଶ – ଅଯୋଧ୍ୟା ରାମି ରେଡ୍ଡୀ, ପରିମଳ ନାଥୱାନି, ପିଲି ସୁଭାଷଚନ୍ଦ୍ର ବୋଷ ଓ ଭେଣ୍ଟକରମନା ରାଓ ମୋପିଦେବୀ (ସମସ୍ତ ୱାଇଏସଆର କଂଗ୍ରେସ) ଅରୁଣାଚଳ ପ୍ରଦେଶ – ନାବମ ରେବିୟା (ବିଜେପି) ଆସାମ– ଭୁବନେଶ୍ବର କାଲିତା (ବିଜେପି), ବିଶ୍ବଜିତ ଡାଇମେରି (ବିପିଏଫ) ଓ ଅଜିତ କୁମାର ଭୁୟାନ (IND) ବିହାର- ବିବେକ ଠାକୁର (ବିଜେପି), ପ୍ରେମ ଚାନ୍ଦ ଗୁପ୍ତା (ଆରଜେଡି), ହରିବଂଶ (ଜେଡିୟୁ), ରାମନାଥ ଠାକୁର (ଜେଡିୟୁ), ଅମରେନ୍ଦ୍ର ଧାରୀ ସିଂ (ଆରଜେଡି) ଛତିଶଗଡ– ଫୁଲୋ ଦେବୀ ନେତାମ (କଂଗ୍ରେସ) ଓ କେଟିଏସ୍ ତୁଳସୀ (କଂଗ୍ରେସ) ଗୁଜୁରାଟ- ଅଭୟ ଗଣପତି ରାୟ ଭରଦ୍ବାଜ (ବିଜେପି), ଅମିନ ନରହରି ହିରଭାଇ (ବିଜେପି), ଶକ୍ତି ସିଂ ଗୋହିଲ (କଂଗ୍ରେସ), ରାମିଲା ବେଚାରଭାଇ ବାରା (ବିଜେପି) ହରିୟାଣା– ପ୍ରଦୀପ ସିଂ (କଂଗ୍ରେସ), ରାମ ଚନ୍ଦର ଜଙ୍ଗଡା (ବିଜେପି)ଝାଡଖଣ୍ଡ– ଦୀପକ ପ୍ରକାଶ (ବିଜେପି), ଶିବୁ ସୋରେନ୍ (ଜେଏମ୍ଏମ୍) କର୍ଣ୍ଣାଟକ– ଇରାନ୍ନା କଦାଡି (ବିଜେପି), ଏଚଡି ଦେବ ଗୌଡା (ଜେଡିଏସ୍), ମଲ୍ଲିକାର୍ଜୁନ ଖଡଗେ (କଂଗ୍ରେସ)ମଧ୍ୟପ୍ରଦେଶ– ଜ୍ୟୋତିରାଦିତ୍ୟ ସିନ୍ଧିଆ (ବିଜେପି), ଦିଗବିଜୟ ସିଂ (କଂଗ୍ରେସ), ସୁମେର ସିଂ ସୋଲାଙ୍କି (ବିଜେପି) ମହାରାଷ୍ଟ୍ର – ଉଦୟନରାଜେ ଭୋସଲେ (ବିଜେପି), ରାମଦାସ ଅଠାବଲେ (ଆରପିଆଇ), ପ୍ରିୟଙ୍କା ଚର୍ତୁବେଦୀ (ଶିବସେନା), ରାଜୀବ ସାତବ (କଂଗ୍ରେସ), ଶରଦ ପୱାର (ଏନସିପି), ଫୌଜିଆ ତହସିନ ଖାନ (ଏନସିପି), ଭାଗବତ କିସାନରାଓ କରାଡ (ବିଜେପି)ମଣିପୁର – ମହାରାଜା ସନାଜାଓବା ଲିସେମ୍ବା (ବିଜେପି)ମେଘାଳୟ – ୱାନଭେରୋଇ ଖାରଲୁଚି (NPP) ଓଡିଶା – ସୁଭାଷ ଚନ୍ଦ୍ର ସିଂ (ବିଜେଡି), ମୁଜିବୁଲ୍ଲା ଖାନ (ବିଜେଡି), ସୁଜିତ କୁମାର (ବିଜେଡି), ମମତା ମହାନ୍ତି (ବିଜେଡି) ରାଜସ୍ଥାନ– ନୀରଜ ଡାଙ୍ଗି (କଂଗ୍ରେସ), ରାଜେନ୍ଦ୍ର ଗେହଲଟ୍ (ବିଜେପି), କେସି ବେନୁଗୋପାଲ (କଂଗ୍ରେସ)ତାମିଲନାଡୁ – ଏମ ଥମ୍ବବିଦୁରୈ (AIDMK), କେପି ମୁନୁସାମି (AIDMK), ଜିକେ ଭାସାନ (ଟିଏମସି-ଏମ), ତିରୁଚି ସିବା (ଡିଏମକେ), ପି ସେଲାଭାରଶୁ (ଡିଏମକେ), ଏନଆର ଏଲାଙ୍ଗୋ (ଡିଏମକେ) ତେଲେଙ୍ଗାନା– କେ କେଶବ ରାଓ (ଟିଆରଏସ), କେଆର ସୁରେଶ ରେଡ୍ଡୀ (ଟିଆରଏସ) ପଶ୍ଚିମବଙ୍ଗ – ଅର୍ପିତା ଘୋଷ (ଟିଏମସି), ମୌସୁମ ନୁର (ଟିଏମସି), ଦୀନେଶ ତ୍ରିବେଦୀ (ଟିଏମସି), ସୁଭ୍ରତା ବକ୍ସି (ଟିଏମସି), ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ (ସିପିଏମ୍) ।

ରାଜ୍ୟସଭାରେ ମୋଟ 245 ସଦସ୍ୟ ଅଛନ୍ତି । ଉଚ୍ଚ ସଦନରେ ସଂଖ୍ୟାଗରିଷ୍ଠତା ହେଉଛି 123 । ବିଜେପିର ସଂଖ୍ୟା 85 ରେ ପହଞ୍ଚିଛି। ଏଥି ସହିତ ରାଜ୍ୟସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ମିଳିତ ଦଳର ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନ 102 କୁ ବୃଦ୍ଧି ପାଇଛି। ରାଜ୍ୟସଭାରେ କଂଗ୍ରେସର 40 ଜଣ ସଦସ୍ୟ ଥିବା ବେଳେ ୟୁପିଏ ସଂଖ୍ୟା 65 ରେ ପହଞ୍ଚିଛି।

RS
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ତ୍ତିକ ଶର୍ମାଙ୍କୁ ୧୪.୨୦ କୋଟିରେ କିଣିଲା ଚେନ୍ନାଇ: ଜାଣନ୍ତୁ କିଏ ସେ ଅନକ୍ୟାପ୍ ଖେଳାଳି?

December 16, 2025

ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

December 16, 2025

ଆଇପିଏଲର ସବୁଠାରୁ ମହଙ୍ଗା ଅନକ୍ୟାପ୍ ଖେଳାଳି ହେଲେ ପ୍ରଶାନ୍ତ ବୀର

December 16, 2025

Jio Launches New Year Offers: ୫ଜି, ଓଟିଟି ଏବଂ ଏଆଇ କୁ ନେଇ ଜିଓ ଘୋଷଣା କଲା ନୂଆ ଅଫର

December 16, 2025
Latest News

କାର୍ତ୍ତିକ ଶର୍ମାଙ୍କୁ ୧୪.୨୦ କୋଟିରେ କିଣିଲା ଚେନ୍ନାଇ: ଜାଣନ୍ତୁ କିଏ ସେ ଅନକ୍ୟାପ୍ ଖେଳାଳି?

December 16, 2025

ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

December 16, 2025

ଆଇପିଏଲର ସବୁଠାରୁ ମହଙ୍ଗା ଅନକ୍ୟାପ୍ ଖେଳାଳି ହେଲେ ପ୍ରଶାନ୍ତ ବୀର

December 16, 2025

Jio Launches New Year Offers: ୫ଜି, ଓଟିଟି ଏବଂ ଏଆଇ କୁ ନେଇ ଜିଓ ଘୋଷଣା କଲା ନୂଆ ଅଫର

December 16, 2025

ଲୋକସଭାରେ ‘ବିକଶିତ ଭାରତ – ଜି ରାମ ଜି’ ବିଲ୍, 2025 ଉପସ୍ଥାପନ କଲେ ଶିବରାଜ ସିଂହ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.