Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର ପ୍ରଶାସନର ଚରମ ଅବହେଳା: କରୋନାରେ ଆକ୍ରାନ୍ତ ହେବା ପରେ ବାରଣ୍ଡାରେ ପଡି ରହିଛନ୍ତି କୋଭିଡ୍‌ ଯୋଦ୍ଧା
ଆଜିର ଖବର

ବାଣପୁର ପ୍ରଶାସନର ଚରମ ଅବହେଳା: କରୋନାରେ ଆକ୍ରାନ୍ତ ହେବା ପରେ ବାରଣ୍ଡାରେ ପଡି ରହିଛନ୍ତି କୋଭିଡ୍‌ ଯୋଦ୍ଧା

July 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଏବେ କରୋନା କାୟା ବିସ୍ତାର କରି ଚାଲିଛି। କରୋନାକୁ ନେଇ ରାଜ୍ୟସରକାର ଅନେକ କଡା ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନର ବିଷୟ। ବାଣପୁର ସହରରେ କରୋନା ଯୋଦ୍ଧା କରୋନାରେ ପୀଡ଼ିତ ଥିବାବେଳେ ସେମାନଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ପ୍ରଶାସନ କେତେ ସଚେତନ, ତାହାକୁ ନେଇ ପ୍ରଶ୍ନ ଉଠିଛି। କୋଭିଡ୍‌ ଯୋଦ୍ଧାଙ୍କ କ୍ଷେତ୍ରରେ ବାଣପୁର ପ୍ରଶାସନର ଚରମ ଅବହେଳା ଏବେ ସାମ୍ନାକୁ ଆସିଛି।

ଆଜି ଚିହ୍ନଟ ହୋଇଥିବା ତିନିଜଣ ଆକ୍ରାନ୍ତ କୋଭିଡ୍‌ ହସ୍ପିଟାଲ ଯାଇପାରିନାହାନ୍ତି। ଏହି ତିନିଜଣଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବାବେଳେ ଗୋଦାବରୀଶ ବିଦ୍ୟାପୀଠ କ୍ବାରେଣ୍ଟାଇନ୍‌ରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧା ବାରଣ୍ଡାରେ ଅନ୍ଧାରରେ ପଡି ରହିଛନ୍ତି। ସେହିପରି ତୃତୀୟ ଆକ୍ରାନ୍ତ ଜଣଙ୍କ ସହିଦ କୃତ୍ତିବାସ କ୍ବାରେଣ୍ଟାଇନ୍ ହଲ ବାରଣ୍ଡାରେ ପଡି ରହିଛନ୍ତି। ଗାଡି ନଥିବାରୁ ଆକ୍ରାନ୍ତମାନେ ନାହିଁ ନଥିବାର ହଇରାଣ ହେଉଛନ୍ତି।

ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଆକ୍ରାନ୍ତଙ୍କୁ ରଖାଯାଉନଥିବାବେଳେ ସେ ଆକ୍ରାନ୍ତ ଜଣକ ନିଜ ଘରକୁ ଯାଇ ବି ଆଇସୋଲେସନ୍‌ରେ ରହିପାରୁନାହାନ୍ତି। ଗ୍ରାମବାସୀମାନେ ତାଙ୍କୁ ଏନେଇ ଅନୁମତି ଦେଉନାହାନ୍ତି। ସଫେଇ କର୍ମଚାରୀ ଜଣକ ଅନୁରୂପ ଭାବରେ ଗୋଦାବରୀଶ ବିଦ୍ୟାପୀଠ ହଲ୍‌ରେ ବାରଣ୍ଡାରେ ଅନ୍ଧାରରେ ପଡି ରହିଛନ୍ତି। କରୋନା ଯୋଦ୍ଧା ଜଣକ ଜଟିଳ ଅବସ୍ଥାରେ ପଡି ରହିଥିବାବେଳେ ବାଣପୁର ପ୍ରଶାସନ ପରସ୍ପର ଉପରେ ଦୋଷ ଦେବାରେ ଲାଗିପଡିଛନ୍ତି। ପ୍ରଶାସନର ଏତାଦୃଶ କାର୍ଯ୍ୟକୁ ନେଇ ସାଧାରଣରେ ସମାଲୋଚନା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ବାଣପୁର ସହରରେ ଗତ ଦୁଇ ଦିନ ଭିତରେ ଜେଲରୁ ଆକ୍ରାନ୍ତ ଚାରି କଏଦୀଙ୍କ ପରେ ଜଣେ ହୋମଗାର୍ଡ ଓ ଜଣେ ସଫେଇ କର୍ମଚାରୀ ଗୋଦାବରୀଶ ବିଦ୍ୟାପୀଠରୁ ଆକ୍ରାନ୍ତ ହେଇଛନ୍ତି।

କଏଦୀମାନଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ଜେଲ୍‌ରେ ଆଇସାେଲେଟ୍‌ କରିବା ନେଇ ସିଡିଏମ୍‌ଓ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜେଲ୍‌ କର୍ତ୍ତୃପକ୍ଷ ବାଣପୁର ମେଡ଼ିକାଲ ସହଯୋଗରେ ସିଡିଏମ୍ଓଙ୍କ ବିନାନୁମତିରେ ଛତାବରକୁ ପଠାଇ ଦେଇଛନ୍ତି। ଛତାବର କୋଭିଡ୍‌ କେୟାର ସେଣ୍ଟର କଏଦୀଙ୍କୁ ଗ୍ରହଣ କରିନଥିବାବେଳେ କୋଭିଡ୍‌ କେୟାର ଗାଡି ମଧ୍ୟ ସେଠାରେ ଅଟକି ଯାଇଛି। ଏଥିପାଇଁ ଚିହ୍ନଟ ହୋଇଥିବା ଅନ୍ୟ ଚାରିଜଣ ଆକ୍ରାନ୍ତ କୋଭିଡ୍‌ କେୟାର ସେଣ୍ଟରରେ ନ ଯାଇପାରି ନାନପ୍ରକାର ହଇରାଣ ହରକତ ହେଉଛନ୍ତି।

ଗାଡି ଅଭାବରୁ ବାକି ତିନି ଜଣଙ୍କୁ ସ୍ଥାନାନ୍ତର କରାଯାଇପାରୁନାହିଁ। ସଫେଇ କର୍ମୀ ଜ୍ଵରରେ ଆକ୍ରାନ୍ତ ଓ ବର୍ତ୍ତମାନ ହସ୍ପିଟାଲ ମେଡିକାଲ ସୁପରିଟେଣ୍ଡ ଉପସ୍ଥିତ ନଥିବାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ। ବାଣପୁର ଥାନାର ହୋମ୍‌ଗାର୍ଡ ଜଣକ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଆଇଆଇସି‌ କୌଣସି ପ୍ରକାରର ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜଣେ କରୋନା ଯୋଦ୍ଧାଙ୍କୁ ଚିକିତ୍ସା ଦେବାରେ ଯଦି ପ୍ରଶାସନ ସଫଳ ହୋଇପାରୁନାହିଁ, ତା’ହେଲେ ସାଧାରଣ ଜନତାର ଅବସ୍ଥା କ’ଣ ହେବ।

 

କରୋନାରେ ଆକ୍ରାନ୍ତ କୋଭିଡ୍‌ ଯୋଦ୍ଧା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

BSNL ମାରିଲା ବାଜି!: Jio ଏବଂ Airtelକୁ ପଛରେ ପକାଇ ଏହି କ୍ଷେତ୍ରରେ ହେଲା ନମ୍ବର ୱାନ୍

April 12, 2026

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026

ଜୁଲାଇ ୩ରୁ ଅମରନାଥ ଯାତ୍ରା: ଏପ୍ରିଲ ୧୫ରେ ଆରମ୍ଭ ହେବ ପଞ୍ଜୀକରଣ

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026
Latest News

BSNL ମାରିଲା ବାଜି!: Jio ଏବଂ Airtelକୁ ପଛରେ ପକାଇ ଏହି କ୍ଷେତ୍ରରେ ହେଲା ନମ୍ବର ୱାନ୍

April 12, 2026

ସାମ୍ବାଦିକ ନୃସିଂହ ମିଶ୍ରଙ୍କ ବିୟୋଗରେ ଶୋକସଭା

April 12, 2026

ଜୁଲାଇ ୩ରୁ ଅମରନାଥ ଯାତ୍ରା: ଏପ୍ରିଲ ୧୫ରେ ଆରମ୍ଭ ହେବ ପଞ୍ଜୀକରଣ

April 12, 2026

କମିଲା ନା ବଢିଲା, ଜାଣନ୍ତୁ ଆଜି ଭୁବନେଶ୍ଵରରେ ସୁନା ଏବଂ ରୂପାର ମୂଲ୍ୟ କେତେ?

April 12, 2026

ଚାଲିଗଲେ ଆଶା ଭୋସ୍‌ଲେ : ୯୨ ବର୍ଷରେ ଆଖି ବୁଜିଲେ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.