ଜି. ଉଦୟଗିରି: କରୋନା ଯୋଦ୍ଧାରେ କୋଭିଡ୍ ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇ ଦେଉଥିବାବେଳେ କୋଭିଡ୍ ଯୋଦ୍ଧାଙ୍କୁ ଅସମ୍ମାନ କରାଯାଉଛି। ଏପରିକି ତାଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନରେ ଜାଗା ଦେଲେ ନାହିଁ ଲୋକେ। କରୋନାରେ ମୃତ୍ୟୁ ହୋଇଥିବା ଆଶଙ୍କା କରି ଜଣେ ଡାକ୍ତରଙ୍କ ଶେଷକୃତ୍ୟ ନିଜ ଗାଁ ମଶାଣିରେ କରିବାକୁ ଅନୁମତି ମିଳିଲାନି। କରୋନା ଯୁଦ୍ଧରେ ଆଗ ଧାଡିରେ ଯୋଦ୍ଧା ସାଜିଥିବା ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ଏପରି ଅସମ୍ମାନ ପ୍ରଦର୍ଶନ ସତରେ ଲଜ୍ଜ୍ୟାଜନକ। ଏପରି ଏକ ଅଭାବନୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ।
କରୋନାରେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଗାଁ ଲୋକେ କାନ୍ଧ ଦେବାକୁ ତ ଆସିଲେ ନାହିଁ, ଗାଁ ମଶାଣିରେ ଶେଷକୃତ୍ୟ କରିବା ପାଇଁ ଅନୁମତି ମଧ୍ୟ ଦେଲେ ନାହିଁ। ଗାଁ ଦାଣ୍ଡରେ 12 ଘଣ୍ଟା ଧରି ଶବ ପଡିବା ପରେ ସ୍ଥାନୀୟ ପ୍ରଶାସନର ସହଯୋଗରେ ମୃତ ଡାକ୍ତରଙ୍କୁ ଅନ୍ୟ ଏକ ସ୍ଥାନରେ କବର ଦିଆଯାଇଛି।
Tags: କରୋନା ଯୋଦ୍ଧା