Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାଙ୍କ ପାଇଁ ସମସ୍ୟା ପାଲଟିଲା ସରନେମ୍‌, ଚାକିରି ପାଇଁ ଆବେଦନ କଲେ ହେଉଛି ଖାରଜ୍‌
ଆଜିର ଖବର

ମହିଳାଙ୍କ ପାଇଁ ସମସ୍ୟା ପାଲଟିଲା ସରନେମ୍‌, ଚାକିରି ପାଇଁ ଆବେଦନ କଲେ ହେଉଛି ଖାରଜ୍‌

July 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସାମ :  ଜଣେ ପିଲା ଜନ୍ମ ହେବା ପରେ ମାତା-ପିତା, ପରିବାର ତଥା ସମୁଦାୟ ତରଫରୁ ତାଙ୍କୁ ସର୍‌ନେମ୍‌ ବା ସାଜ୍ଞିଆ ମିଳିଥାଏ । ନିଜ ଜନ୍ମ ତଥା ଜାତିର ଏକ ପ୍ରମାଣ ରୂପେ ସର୍‌ନେମ ସର୍ବଦା ନିଜ ନାମର ଶେଷରେ ରହିଥାଏ । କିନ୍ତୁ ଆସାମର ଜଣେ ମହିଳାଙ୍କୁ ସରନେମ୍‌ ତାଙ୍କ ପାଇଁ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ସେ ଯେଉଁଠିକି ବି ଚାକିରି ପାଇଁ ଆବେଦନ କରୁଛନ୍ତି, ତାଙ୍କ ନାମକୁ ଦେଖି ତାଙ୍କ ଆବେଦନ ପତ୍ରକୁ ପ୍ରତ୍ୟାଖାନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଗୌହ୍ବାଟୀର ପ୍ରିୟଙ୍କା ନାମ୍ନୀ ଜଣେ ମହିଳା ସରକାରୀ କମ୍ପାନୀ ଏନ୍‌ଏସଏଲ୍‌ରେ ଚାକିରି ପାଇଁ ଅନ୍‌ଲାଇନ୍‌ ଆବେଦନ କରୁଥିଲେ । କିନ୍ତୁ ତାଙ୍କ ସରନେମ୍‌ ପାଇଁ ଓ୍ବେବସାଇଟ୍‌ ଓ ସପ୍ଟଓ୍ବୟାର ଏହି ଆବେଦନକୁ ଗ୍ରହଣ ନ କରି ରିଜେକ୍ଟ କରିଦେଉଛି । ଏହି ମହିଳାଙ୍କ ସରନେମ୍‌ ଚୁତିଆ ଥିବାରୁ ଓ୍ବେବସାଇଟ୍‌ରେ ଏହି ସରନେମ୍‌କୁ ଗ୍ରହଣ କରୁନାହିଁ । କିନ୍ତୁ ପ୍ରିୟଙ୍କା ବାର ବାର ଚେଷ୍ଟା କରିବା  ପରେ ବି ନିରାଶ ହେଉଛନ୍ତି ।ଓ୍ବେବସାଇଟ୍‌ ଉପଯୁକ୍ତ ସରନେମ୍‌ ବ୍ୟବହାର କରିବାକୁ ମେସେଜ୍‌ ଦେଉଛି ।  ଏତଦ୍‌ବ୍ୟତୀତ ପ୍ରିୟଙ୍କା ଯେବେ କୌଣସି ଚାକିରି ପାଇଁ ଇଣ୍ଟରଭ୍ୟୁକୁ ଯାଇଥାନ୍ତି, ସେଠାରେ ତାଙ୍କ ସରନେମ୍‌ ପାଇଁ ଅପଦସ୍ତ ହେବାକୁ ପଡିଥାଏ ।

ତେବେ ପ୍ରିୟଙ୍କା କହିଛନ୍ତି ଯେ, ତାଙ୍କ ସରନେମ୍‌ କୌଣସି ଅପଶବ୍ଦ ନୁହଁ ବରଂ ସେ ଯେଉଁ ସମୁଦାୟରୁ ଆସିଛନ୍ତି ତାହାର ଟାଇଟେଲ୍‌ ହେଉଛି ଏହି ସରନେମ୍‌ । ତେବେ କମ୍ପାନୀରେ ଏନେଇ ଅଭିଯୋଗ କରିବା ପରେ କମ୍ପାନୀ ତାଙ୍କ ଆବେଦନ ପତ୍ରକୁ ଗ୍ରହଣ କରିଛି ।

ସୂଚନାଯୋଗ୍ୟ ଯେ, ଆସାମର ଏକ ଆଦିବାସୀ ଜନଜାତି ଅଛନ୍ତି, ଯାହାଙ୍କ ସରନେମ୍‌ ଚୁତିଆ ଓ ସୁତିଆ ରହିଥାଏ । ଆସାମରେ ରହୁଥିବା ଏହି ଆଦିବାସୀ ସମୁଦାୟ ମୂଳରୂପେ ମଙ୍ଗୋଲିଆର ଚୀନ୍‌-ତିବ୍ଦତ ପରିବାରର ବଂଶଜ ରୂପେ ଜଣାଯାଇଥାନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ବିୟୋଗ, ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

January 28, 2026

ନୂତନ ଭୋଟର ତାଲିକାରୁ ବାଦ ପଡିଛି କି ଆପଣଙ୍କ ନାମ, ଜାଣନ୍ତୁ କ’ଣ କରିବେ?

January 28, 2026

Budget Session Begins: ଆରମ୍ଭ ହେଲା ସଂସଦର ବଜେଟ ଅଧିବେସନ, ଅଭିଭାଷଣ ରଖିଲେ ରାଷ୍ଟ୍ରପତି

January 28, 2026

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026
Latest News

ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ବିୟୋଗ, ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

January 28, 2026

ନୂତନ ଭୋଟର ତାଲିକାରୁ ବାଦ ପଡିଛି କି ଆପଣଙ୍କ ନାମ, ଜାଣନ୍ତୁ କ’ଣ କରିବେ?

January 28, 2026

Budget Session Begins: ଆରମ୍ଭ ହେଲା ସଂସଦର ବଜେଟ ଅଧିବେସନ, ଅଭିଭାଷଣ ରଖିଲେ ରାଷ୍ଟ୍ରପତି

January 28, 2026

ରାତି ଅଧରେ ଘର ଉପରକୁ ବୋମାମାଡ଼: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

January 28, 2026

ଟଳିଲା ଆଉ ଏକ ବିମାନ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.