Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଲାଙ୍କ ପାଠ ପଢା ପାଇଁ ଗାଈ ବିକିଲେ ପିତା : ଘରର ଏକମାତ୍ର ରୋଜଗାର ମାଧ୍ୟମ ଗାଈକୁ ବିକି କିଣିଲେ ସ୍ମାର୍ଟ ଫୋନ୍‌
ଆଜିର ଖବର

ପିଲାଙ୍କ ପାଠ ପଢା ପାଇଁ ଗାଈ ବିକିଲେ ପିତା : ଘରର ଏକମାତ୍ର ରୋଜଗାର ମାଧ୍ୟମ ଗାଈକୁ ବିକି କିଣିଲେ ସ୍ମାର୍ଟ ଫୋନ୍‌

July 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଲମପୁର : କରୋନା ପାଇଁ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିବାବେଳେ ଅନ୍‌ଲାଇନ୍‌ରେ କ୍ଳାସ୍‌ କରାଯାଉଛି । ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ସ୍ମାର୍ଟଫୋନ୍‌ର ଆବଶ୍ୟକତା ରହିଛି । ତେବେ ଗରିବ ଲୋକଙ୍କ ପାଖରେ ସ୍ମାର୍ଟଫୋନ୍‌ କେଉଁଠୁ ଆସିବ । ସ୍ମାର୍ଟଫୋନ୍‌ ପାଇଁ ଗାଈ ବିକ୍ରି କରିଥିବାର ଘଟଣା ସାମ୍ନାକୁ ଆସିଛି ।  ଅସହାୟ ପିତା ଜଣକ ଘରର ଏକମାତ୍ର ରୋଜଗାର ମାଧ୍ୟମ ଥିବା ଗାଈକୁ ପିଲାର ପାଠ ପଢିବା ଲାଗି ଏକ ସ୍ମାର୍ଟ ଫୋନ୍‌ କିଣିବା ପାଇଁ ବିକ୍ରି  କରିଛନ୍ତି । ମାତ 6 ହଜାର ଟଙ୍କାରେ ଗାଈକୁ ବିକ୍ରି କରି ଏକ ଫୋନ୍‌ ନେଇଛନ୍ତି । ତେବେ ଏହି ପରିବାରର ଏକମାତ୍ର ସମ୍ବଳ ଗାଈଥିବାବେଳେ ଏବେ ସେହି ପରିବାର କିପରି ଚଳିବେ ସେନେଇ ଚିନ୍ତା ଘାରିଛି ।

ହିମାଚଳ ପ୍ରଦେଶର ପାଲମପୁର ଜିଲ୍ଲାର ଜ୍ବାଲାମୁଖୀସ୍ଥିତ ଗୁମେର ଗ୍ରାମରେ କୁଲଦୀପ କୁମାରଙ୍କର ଏହା ହେଉଛି କାହାଣୀ । ମାର୍ଚ୍ଚରେ ଲକ୍‌ଡାଉନ୍‌ ଜାରି ହେବା ପରେ ସ୍କୁଲ ବନ୍ଦ ରହିଛି । କୁଲଦୀପଙ୍କ ପିଲା ସେବେଠାରୁ ଘରେ ରହିଛନ୍ତି । ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି । ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବାବେଳେ ଆଉ ଜଣେ 2 ଶ୍ରେଣୀରେ ପଢୁଛନ୍ତି ।

ସ୍କୁଲ ବନ୍ଦ ହେବା ପରେ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେଲା । ଏହାପରେ କୁଲଦୀପଙ୍କ ଉପରେ ପିଲାମାନେ ଫୋନ୍‌ କିଣିବା ପାଇଁ ଚାପ ପ୍ରୟୋଗ କଲେ ।  କୁଲଦୀପ ଫୋନ କିଣିବା ପାଇଁ ଲୋକଙ୍କୁ ଉଧାରି ମାଗିଥିଲେ କିନ୍ତୁ ମିଳିଲା ନାହିଁ । ଗରିବ କୁଲଦୀପଙ୍କୁ ଅସହାୟ ସମୟରେ କେହି ସାହାଯ୍ୟ କରିବାକୁ ଚାହିଁଲେ ନାହିଁ । ଟଙ୍କା ନେଲେ ଦେଇ ପାରିବେ ନାହିଁ ବୋଲି ତାଙ୍କୁ କେହି ଉଧାର ମଧ୍ୟ ଦେଲେ ନାହିଁ । ବାଧ୍ୟ ହୋଇ କୁଲଦୀପ୍‌ ନିଜ ଘରର ଏକମାତ୍ର ରୋଜଗାର ମାଧ୍ୟମ ଥିବା ଗାଈକୁ ମାତ୍ର 6000ଟଙ୍କାରେ ବିକ୍ରି କରିଦେଲା । ପିଲାଙ୍କ ପାଠ ପଢା ପାଇଁ ସେ ଏପରି କରିଥିବାର କହିଛନ୍ତି ।

ଅପରପକ୍ଷରେ କୁଲଦୀପ୍‌ଙ୍କ ପାଖରେ ବିପିଏଲ୍‌ କାର୍ଡ ନଥିବାରୁ ସେ କୌଣସି ପ୍ରକାରର ସରକାରୀ ସହାୟତା ମଧ୍ୟ ପାଇପାରୁନାହାନ୍ତି । ସେ ବହୁ ବାର ଅନୁନୟ କରିବା ସତ୍ତ୍ବେ ତାଙ୍କ ନାମରେ ବିପିଏଲ୍‌ କାର୍ଡ ମଧ୍ୟ କରାଯାଇନାହିଁ । ସରକାର ଗରିବଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା କରୁଛନ୍ତି, କିନ୍ତୁ କୁଲଦୀପଙ୍କ ପରି ଅସଲ ହିତାଧିକାରୀଙ୍କ ପାଖରେ ଏସବୁ ଯୋଜନା ପହଞ୍ଚିପାରୁନାହିଁ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026
Latest News

ପାକିସ୍ତାନକୁ “ଦଲାଲ ରାଷ୍ଟ୍ର” ବୋଲି କହିଲେ ଏସ. ଜୟଶଙ୍କର: କଡ଼ା ବିରୋଧ କଲେ କଂଗ୍ରେସ ନେତା

March 27, 2026

Breaking News: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର

March 27, 2026

ଆଜି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମ ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

March 27, 2026

ଆଜି ପବିତ୍ର ରାମ ନବମୀରେ ଶ୍ରୀରାମଙ୍କୁ କିପରି ପୂଜା କଲେ ସେ ହୁଅନ୍ତି ଖୁସି, ଜାଣନ୍ତୁ

March 27, 2026

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.