
ପିଣ୍ଟୁ ବିଷୋୟୀ
ବେଗୁନିଆପଡ଼ା: ସ୍ୱାମୀଙ୍କ ମୃତ୍ୟୁର ୫ ଦିନ ପୂରଣ ଦିନ ପତ୍ନୀ ଆଖି ବୁଜିଲେ। ଏପରି ଦୁଃଖଦ ଘଟଣା ଘଟିଛି ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ। ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା(୭୩) ଙ୍କର ସ୍ୱାଭାବିକ ଭାବରେ ମୃତ୍ୟୁ ହେବା ପରେ ଆଜି ତାଙ୍କ ଧର୍ମ ପତ୍ନୀ କମା ଜେନା(୬୫) ନିଜ ବାସଭବନରେ ଆଖି ବୁଝିଛନ୍ତି। ଏପରି ଦୁଃଖଦ ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଉଭୟ ସ୍ଵାମୀ ଓ ସ୍ତ୍ରୀ ଅତି ମିଷ୍ଟଭାଷୀ ଥିବା ବେଳେ ପରୋପକାରୀ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଏକମାତ୍ର ପୁତ୍ର, ପୁତ୍ର ବଧୁ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସାମାଜିକ ଦୂରତ୍ୱ ରଖି ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।