
କଟକ, କଟକ ସହରରୁ ଆଜି ଆଉ 93 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 93 ଜଣଙ୍କ ମଧ୍ୟରୁ 75 ହୋମ କ୍ବାରେଣ୍ଟିନରୁ ହୋଇଥିବା ବେଳେ 14 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା ଜଣାପଡିଛି। ବକ୍ସିବଜାର ବାସୁଳି ସାହିରୁ 23 ଜଣ ଓ ଡଗରପଡ଼ା ବାଣୀନଗରରୁ 24 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ଶଙ୍କରପୁର ଦାସସାହିରୁ 7, ଦୋଳମୁଣ୍ଡାଇରୁ 6, ସିଡିଏ ସେକ୍ଟର-7ରୁ 5, ଜଗତପୁର ପଦ୍ରାସାହିରୁ 3 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Tags: କଟକ, କରୋନା ଆକ୍ରାନ୍ତ