ଛାତ୍ରଛାତ୍ରୀ ମାନଙ୍କୁ ମିଳିବ 57 ଦିନର ମଧ୍ୟାହ୍ନ ଭୋଜନ ଭତ୍ତା

Published: Jul 24, 2020, 11:17 pm IST

ଭୁବନେଶ୍ବର : ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ 57 ଦିନର ମଧ୍ୟାହ୍ନ ଭୋଜନ ମିଳିବ । ଜୁନ୍‌ 14ରୁ ଅଗଷ୍ଟ 31 ଯାଏଁ ମଧ୍ୟାହ୍ନ ଭୋଜନ ରାସନ୍‌ ଦେବାକୁ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରକୁ ଗଣଶିକ୍ଷା ବିଭାଗର ଚିଠି ଦେଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ । ରନ୍ଧାଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟଙ୍କୁ ପଠାଇବା ଲାଗି ଚିଠିରେ ନିର୍ଦ୍ଦେଶ ରହିଛି । ମଧ୍ୟାହ୍ନ ଭୋଜନ ଚାଉଳକୁ କ୍ବାରେଣ୍ଟିନ୍‌ କେନ୍ଦ୍ରକୁ ବିକିପାରିବେ ପ୍ରଧାନ ଶିକ୍ଷକ । କ୍ବାରେଣ୍ଟିନ୍‌ କେନ୍ଦ୍ରକୁ ରୋଷେଇ ପାଇଁ କେଜି 32 ଟଙ୍କା ଦରରେ ବିକି ପାରିବେ । ବିକ୍ରି ଲବ୍ଧ ଅର୍ଥ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଜମା କରିବେ  ବୋଲି ସୂଚନା ରହିବ ।

Related posts