Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ଗଂଜାମ କଣ୍ଟ୍ରୋଲ୍‌ରେ ଅଛି
ଆଜିର ଖବର

କରୋନା ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ: ଗଂଜାମ କଣ୍ଟ୍ରୋଲ୍‌ରେ ଅଛି

July 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମରେ ପ୍ରତିଦିନ ରେକର୍ଡ଼ ଭାଙ୍ଗୁଛି କରୋନା । ଏନେଇ ଗଂଜାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତୀ ସିଂ ରଠୋର ଟାଉନ୍‌ହଲ୍‌ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ସମ୍ମିଳନୀରେ କରୋନା ସଂପର୍କିତ ସବିଶେଷ ତଥ୍ୟ ରଖିଥିଲେ ।

ଜିଲ୍ଲାପାଳ କହିଥିଲେ ଗତ ଏକ ସପ୍ତାହ ମଧ୍ୟରେ ଗଂଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଏହି ବଢ଼ିବା ପଛରେ କାରଣ ରହିଛି । ଗଂଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ଟାର୍ଗେଟ ଅନୁସାରେ କାମ ହେଉଛି । ବର୍ତ୍ତମାନ ଗଂଜାମ ଜିଲ୍ଲାରେ ତୃତୀୟ ରାଉଣ୍ଡ ଦ୍ୱାର ଦ୍ୱାର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ଏହା ପ୍ରଥମେ ସହରରେ ହେଲା ବର୍ତ୍ତମାନ ଏବେ ସ୍ୱାସ୍ଥ୍ୟପରୀକ୍ଷା ଗ୍ରାମାଞ୍ଚଳରେ ହେଉଛି ।

୨୦୦ ଟି ଟିମ୍ ଯେଉଁଥିରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ରହି ଘରକୁ ଘରକୁ ବୁଲି ସ୍କ୍ରିନିଂ କରି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଖୋଜୁଛନ୍ତି । ଯାହାର ଲକ୍ଷଣ ଅଛି ସେମାନଙ୍କର ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ସେମାନଙ୍କ ସ୍ୱାବ୍ ଟେଷ୍ଟ କରାଯାଉଛି । ସେଥି ଯୋଗୁଁ ବର୍ତ୍ତମାନ ଗଂଜାମ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢ଼ୁଛି । ଏହି ଅଧିକ ପରିମାଣରେ ରୋଗୀ ଚିହ୍ନଟ ହେବା ଏହା ସଫଳତା ବୋଲି କହିଥିଲେ । ପୂର୍ବରୁ ଲୋକେ ଲକ୍ଷଣ ଲୁଚାଇ ରଖି ଅନ୍ୟକୁ ସଂକର୍ମିତ କରୁଥିଲେ । କିନ୍ତୁ ବର୍ତ୍ତମାନ ଦ୍ୱାର ଦ୍ୱାର ସ୍କ୍ରିନିଂ ଯୋଗୁଁ ଏଭଳି ରୋଗୀ ଚିହ୍ନଟ ହେଉଛନ୍ତି । ପ୍ରତ୍ୟେକ ଗ୍ରାମରେ କୋଭିଡ଼୍ କେର ହୋମ୍ ଗଠିତ ହୋଇଛି । ସେଠାରେ ସମସ୍ତ ପ୍ରକାର ସୁବିଧା ଯୋଗାଇଯାଇଛି ।

ଘରକୁ ଘର ବୁଲି ସ୍କ୍ରିନିଂ ସମୟରେ କେଉଁମାନଙ୍କ ଡ଼ାଇବେଟିସ୍‌, ଉଚ୍ଚରକ୍ତଚାପ, କ୍ୟାନସର କିମ୍ବା ଅନ୍ୟ କୌଣସି ରୋଗ ଅଛି ସେମାନଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କୁ ଟେଲି ମେଡ଼ିସନ୍ ମାଧ୍ୟମରେ ମେଡ଼ିସିନ୍ ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖାଯାଇଛି । ଆଉ ସପ୍ତାହ ମଧ୍ୟରେ ସବୁ ପଜିଟିଭ୍ ଚିହ୍ନଟ ହୋଇ, ଏହାପରେ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ଜିଲ୍ଲାପାଳ କହିଥିଲେ । ଏହି ସ୍କ୍ରିନଂ କରିବା ପରେ କେତେକ ଗ୍ରାମକୁ ରେଡ଼୍ ଜୋନ୍ ଏବଂ ଯେଉଁଠି ସଂକ୍ରମିତ ନାହାନ୍ତି ସେହି ଗ୍ରାମକୁ ଗ୍ରୀନ୍ ଜୋନ୍‌ରେ ବିଭକ୍ତ କରାଯାଇଛି । ରେଡ଼୍‌ଜୋନ୍‌କୁ କଣ୍ଟେନମେଣ୍ଟ ଜୋନ୍ କରାଯାଇ ଭଲରେ ସ୍କ୍ରିନିଂ କରାଯାଉଛି, ଆକ୍ଟିଭ୍ କ୍‌ଣ୍ଟ୍ରାକ୍ଟ ଟ୍ରେସିଂ ହେଉଛି । ଚିହ୍ନଟ ବ୍ୟକ୍ତିଙ୍କୁ ଚିକିତ୍ସା କରାଯାଉଛି । ମୃତ୍ୟୁକୁ ରୋକିବାକୁ ମୁଖ୍ୟ ଗୁରୁତ୍ୱ ଦେଉଥିବା ଜିଲ୍ଲାପାଳ କହିଥିଲେ ।

ଗତ ସପ୍ତାହ ମଧ୍ୟରେ ୩୦ଟି ଗ୍ରାମକୁ ରେଡ଼୍‌ଜୋନ୍‌ରୁ ଗ୍ରୀନ୍‌୍ ଜୋନ୍‌କୁ ଅଣାଯାଇପାରିଛି । ଗଂଜାମକୁ ପ୍ରାୟ ୪ ଲକ୍ଷ ପ୍ରବାସୀ ଫେରିଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ସଫଳତା ସହ ରଖାଯାଇଥିଲା । ଏଥିରେ ସରପଞ୍ଚ, ବିଡ଼ିଓମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେଣୁ ବର୍ତ୍ତମାନ ୮୪ ପ୍ରତିଶତ ଗ୍ରାମ ଗ୍ରୀନ୍ ଜୋନ୍‌ରେ ଅଛି । ଟିଏମ୍‌ସିଗୁଡ଼ିକ ସୁବ୍ୟବସ୍ଥିତ କରିବା ଯୋଗୁଁ ଆଜି ଗ୍ରାମଗୁଡ଼ିକ ଗ୍ରୀନ୍ ଜୋନ୍‌ରେ ରହିଛି । ଗଂଜାମରେ ବର୍ତ୍ତମାନ ମେଡ଼ିକାଲ୍ ସରଞ୍ଜାମର କୌଣସି ଅଭାବ ନାହିଁ । ଟାଟା କୋଭିଡ଼୍ ହସ୍‌ପିଟାଲ୍‌ରେ ୨୨୦ ବେଡ଼୍ ଥିବାବେଳେ ଅନ୍ୟାନ୍ୟ କୋଭିଡ଼୍ କେର ସେଣ୍ଟରଗୁଡ଼ିକ ମିଶାଇ ସମୁଦାୟ ୪୦୦୦ ବେଡ଼୍ ରହିଛି । ଗ୍ରାମାଞ୍ଚଳରେ  ଆମ୍ବୁଲାନସ ବ୍ୟବସ୍ଥା କରାଯାଇଛି ।

ବର୍ତ୍ତମାନ ୧୫୦ ଟି ଅମ୍ବୁଲାନସ କରୋନା ରୋଗୀ ନେବା ଆଣିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥି ମଧ୍ୟରୁ ୪୦ଟି ଅକ୍ସିଜେନ୍ ଥିବା ଆମ୍ବୁଲାନସ ଯୋଗାଯାଇଛି। ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇଛନ୍ତି । ବର୍ତ୍ତମାନ ଗଂଜାମ ଜିଲ୍ଲା କଣ୍ଟ୍ରୋଲ୍‌ରେ ଅଛି ବୋଲି ଜିଲ୍ଲାପାଳ ଦୃଢ଼ତାର ସହ କହିଥିଲେ । ଗଂଜାମରେ ପ୍ଲାଜମା ଥିରେପି  ଆରମ୍ଭ ହୋଇଛି । ତିନିଜଣଙ୍କୁ ପ୍ଲାଜମା ଦିଆଯାଇଥିବାବେଳେ ସମସ୍ତେ ବର୍ତ୍ତମାନ ଆରୋଗ୍ୟ ଆଡ଼କୁ ଗତି କରୁଛନ୍ତି ବୋଲି ଜିଲ୍ଲାପାଳ କହିଥିଲେ । ଗଂଜାମରେ ସବୁ ପ୍ରକାର ଔଷଧ ମହଜୁଦ୍ ଅଛି । ତେଣୁ ଚିନ୍ତା କରିବାର କିଛି ନାହିଁ ବୋଲି କହିଥିଲେ । ତେଣୁ କିଛି ଦିନ ମଧ୍ୟରେ ଅବସ୍ଥା ସାମାନ୍ୟ ଆଡ଼କୁ ଗତି କରିବା ଆରମ୍ଭ କରିବ ବୋଲି କହିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026
Latest News

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026

ବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ

January 1, 2026

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

January 1, 2026

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାକ୍ଷାତ କଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି 

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.