ଜାଣନ୍ତୁ, ଭୁବନେଶ୍ବରର କେଉଁ ଦୁଇ ଅଞ୍ଚଳକୁ କରାଯାଇଛି କଣ୍ଟେନମେଣ୍ଟ ଜୋନ୍‌

Published: Jul 25, 2020, 8:17 am IST

ଭୁବନେଶ୍ବର : ରାଜଧାନୀର ବସ୍ତି ଅଞ୍ଚଳରେ କରୋନା ମାମଲା ବଢିବା ପରେ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ଗତକାଲି ଭୁବନେଶ୍ବରର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍‌ ଭାବେ ଘୋଷଣଶ କରାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯିବା କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି ।

ବଡଗଡ କେନାଲ୍‌ ଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍‌ ହଷ୍ଟେଲ୍‌ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା ହୋଇଛି । ସେହିପରି ସ୍କଲାର ବଏଜ୍‌ ହଷ୍ଟେଲ୍‌ଠାରୁ ହରିନଗର ବସ୍ତି ପ୍ରବେଶ ପଥ, ହରିନଗର ବସ୍ତି ପ୍ରବେଶ ପଥରୁ ବଡଗଡ କେନାଲ୍‌ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରୁ 248 ପଜିଟିଭ୍‌ ଚିହ୍ନଟ ହୋଇଥିଲା । ଏହି 248 ପଜିଟିଭ୍‌ଙ୍କ ମଧ୍ୟରୁ 41ଟି ଲୋକାଲ୍‌ କେସ୍‌ ଥିବାବେଳେ 207ଟି ହୋମ୍‌ କ୍ବାରେଣ୍ଟାଇନ୍‌ କେସ୍‌ ରହିଥିଲା । ଲୋକାଲ୍‌ କେସ୍‌ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତକାଲି ବିଏମ୍‌ସି କମିଶନର କରୋନା ସମୀକ୍ଷା ବୈଠକ କରିଥିଲେ ।

Related posts