ଦେଶରେ କରୋନା ମୃତ୍ୟୁ 31 ହଜାର 358କୁ ବୃଦ୍ଧି

Published: Jul 25, 2020, 10:05 am IST

ନୂଆଦିଲ୍ଲୀ :  ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 31 ହଜାର ପାର୍‌ କରିଛି ।  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 48ହଜାର 916 ମାମଲା ଆସିଥିବାବେଳେ 757ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା 31 ହଜାର 358କୁ ବୃଦ୍ଧି ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 36 ହଜାର 861ରେ ପହଞ୍ଚିଲା । ଦେଶରେ ଆକ୍ଟିଭ୍‌ କେସ୍‌ 4 ଲକ୍ଷ 56 ହଜାର 071 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 49 ହଜାର 431ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 57 ହଜାର 117 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 132କୁବୃଦ୍ଧି ହୋଇଛି । ସେହପରି ଦିଲ୍ଲୀରେ 3 ହଜାର 767, ତାମିଲନାଡୁରେ 3ହଜାର 320, ଗୁଜୁରାଟରେ 2 ହଜାର 278ଜଣଙ୍କ ମୃତ୍ୟୁ ହୋଇଛି। (ଏଜେନ୍ସି)

Related posts