Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହଜିଗଲା ମାନବିକତା, ମୃତ ପୋଲିସ ଏସଆଇଙ୍କୁ କାନ୍ଧ ଦେଲେ ସାମ୍ବାଦିକ
ଆଜିର ଖବର

ହଜିଗଲା ମାନବିକତା, ମୃତ ପୋଲିସ ଏସଆଇଙ୍କୁ କାନ୍ଧ ଦେଲେ ସାମ୍ବାଦିକ

July 25, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

କୋଦଳା(ଗଂଜାମ), ହଜିଗଲା ମାନବିକତା, ଭୁଲିଗଲେ ମଣିଷ ପଣିଆ। ମୃତ୍ୟୁ ପରେ ଅଛୁଆଁ ହୋଇଗଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳାରେ। କୋଦଳା ମେଡିକାଲ ବାହାରେ ପଡି ରହିଥିଲା କରୋନା ମୁକାବିଲାର ଆଗଧାଡିର ଯୋଦ୍ଧା ପୋଲିସ ଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମୃତଦେହ। ତେବେ କୋଦଳା ମେଡିକାଲ ବାହାରେ ଦୀର୍ଘ ସମୟ ଧରି ମୃତଦେହ ପଡି ରହିବା ପରେ ଉଠିଲା ପୋଲିସ ଏଏସଆଇଙ୍କ ମରଶରୀର। ସ୍ଥାନୀୟ ଅଞ୍ଚଳର ଦୁଇ ସାମ୍ବାଦିକ ପିପିଇ କିଟ ପିନ୍ଧି ଏସଆଇଙ୍କ ମର ଶରୀର ଉଠାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଏ ଏସ ଆଇ ରବିନ୍ଦ୍ର ବେହେରା (୫୦) ଙ୍କ ଦେହାନ୍ତ ହୋଇଯାଇଛି। ଶ୍ରୀ ବେହେରା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ। ତାଙ୍କର ନିଜ ଘର ନରେନ୍ଦ୍ରପୁର ହୋଇଥିବା ବେଳେ ସେ ବେଗୁନିଆପଡ଼ା ଠାରେ ଏକ ଭଡ଼ା ଘରେ ରହୁଥିଲେ। ପୂର୍ବରୁ ସେ କୋଦଳା ଥାନାରେ ଏ ଏସ୍ ଆଇ ଥିଲେ।

ଘଟଣାରୁ ପ୍ରକାଶ ଯେ ଶ୍ରୀ ବେହେରାଙ୍କୁ କିଛି ଦିନ ହେଲା ଜ୍ୱର ହେଉଥିଲା। କାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଦଳା ମେଡିକାଲ୍ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଯାଇଛି। ଏଭଳି ସ୍ଥିତିରେ ଏଏସଆଇଙ୍କ ମୃତଦେହ ଉଠାଇବାକୁ କେହି ଆସିନଥିଲେ, ଏପରିକି ତାଙ୍କ ପରିବାର ମଧ୍ୟ ଏହାକୁ ଗ୍ରହଣ କରିନଥିଲେ। ଯେଉଁ ବ୍ୟକ୍ତି କରୋନା ସମୟରେ ଆଗଧାଡିର ଯୋଦ୍ଧା ସାଜି ସାଧାରଣ ଲୋକଙ୍କ ପାଇଁ କାମ କରୁଥିଲେ ତାଙ୍କୁ କେହି ପଚାରିଲେନି।

ମେଡିକାଲରେ ଘଣ୍ଟା ଘଣ୍ଟା ଧରି ପଡିରହିଥିଲା ଭଞ୍ଜନଗର ଏଏସଆଇଙ୍କ ମୃତଦେହ। କରୋନା ସନ୍ଦେହରେ ମିଳିନଥିଲା କାନ୍ଧ। ସାମ୍ବାଦିକ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ପୁଅ ଉଠାଇଲେ ବାପାର ମୃତଦେହ। କୋଦଳା ତହସିଲଦାର, ବିଡ଼ିଓ ଓ ପୁରୁଷୋତ୍ତମପୁର ଏସଡ଼ିପିଓ ଉପସ୍ଥିତିରେ ମୃତଦେହ ଉଠିଥିଲା। ମୃତ ରବୀନ୍ଦ୍ରଙ୍କ ଅନ୍ତିମସଂସ୍କାର ପୂର୍ଣ୍ଣ ସମ୍ମାନରେ ସହ କରାଯିବ।

କୋଦଳା
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.