ଲେଖିକା ବୀଣାପାଣି ମହାନ୍ତିଙ୍କୁ ଦିଆଗଲା ୨୦୧୯ ମସିହା ପାଇଁ ‘ଅତିବଡି ଜଗନ୍ନାଥ ଦାସ ପୁରସ୍କାର’

Published: Jul 25, 2020, 6:46 pm IST

ଭୁବନେଶ୍ବର: ବିଶିଷ୍ଚ କଥାକାର, ଔପନାସିକା ତଥା ସୁଲେଖିକା ବୀଣାପାଣି ମହାନ୍ତିଙ୍କୁ ୨୦୧୯ ମସିହା ପାଇଁ ଅତିବଡି ଜଗନ୍ନାଥ ଦାସ ସମ୍ମାନ ପ୍ରଦାନ କରାଯାଇଛି। ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ସମାରୋହ ଅବସରରେ ଔପନାସିକାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶନିବାର ଦିନ ବୀଣାପାଣିଙ୍କୁ ତାଙ୍କ କଟକ ବାସଭବନରେ ମାନପତ୍ର, ଉତ୍ତରୀୟ ସହିଚ ଏକ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନପୂର୍ବକ ସମ୍ମାନିତ କରିଛନ୍ତି।

ଏକାଡେମୀର ସଚିବ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ପ୍ରଶସ୍ତିପତ୍ର ପାଠ କରିଥିଲେ। ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୁଲେଖିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟ ଲେଖକ ଲେଖିକାମାନଙ୍କୁ ସାରସ୍ବତ ସାଧିକା ବୀଣାପାଣି ମହାନ୍ତିଙ୍କ ଭଳି ଲେଖନୀ ଚାଳନାକୁ ତୀବ୍ର କରିବାକୁ ଆହ୍ବାନ ଜଣାଇଥିଲେ। ବୀଣାପାଣି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ତାଙ୍କ ପାଇଁ ଗର୍ବର ବିଷୟ ଯେ, ମନ୍ତ୍ରୀ , ସଚିବ, ନିର୍ଦେଶକ ଏବଂ କଟକ ଜିଲ୍ଲାପାଳ ତାଙ୍କୁ ଘରକୁ ଆସି ସମ୍ବର୍ଦ୍ଧିତ କରିଛନ୍ତି।

ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ସମାରୋହ ଅବସରରେ ଏକାଡେମୀ ପକ୍ଷରୁ ପ୍ରକାଶିତ ୧୭ଟି ପୁସ୍ତକ ଏବଂ ତ୍ରୈମାସିକ ମୁଖପାତ୍ର କୋଣାର୍କ ଲୋକାର୍ପିତ ହୋଇଥିଲା।

Related posts