କରୋନା ମୃତକଙ୍କ ସତ୍କାର ନେଇ ନିର୍ଦ୍ଦେଶାବଳି, କ’ଣ କରିବେ, କ’ଣ କରିବେନି

Published: Jul 25, 2020, 8:01 pm IST

ଭୁବନେଶ୍ବର, କୋଭିଡ-୧୯ରେ ପ୍ରାଣ ହରାଉଥିବା କିମ୍ବା କରୋନା ମୃତ୍ୟୁ ସନ୍ଦେହ କ୍ଷେତ୍ରରେ ସମ୍ପୃକ୍ତ ରୋଗୀଙ୍କ ମୃତଦେହର କିପରି ସତ୍କାର କରାଯିବ ସେ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ନିର୍ଦ୍ଦେଶାବଳୀ ଅନୁଯାୟୀ ମୃତଦେହକୁ ଏକ ଲିକ୍ ପୃଫ୍ ପ୍ଲାଷ୍ଟିକ ବ୍ୟାଗରେ ରଖାଯିବ। ବ୍ୟଗର ବାହାର ପଟ ବିଶୋଧନ କରାଯିବା ପରେ ଏହାକୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମୃତ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ। ଆଇସୋଲେସ ରୁମରୁ ବାହାର କରିବା ବେଳେ ମରଶରୀର ଦେଖିବା ପାଇଁ ପରିବାର ବର୍ଗଙ୍କୁ ଅନୁମତି ମିଳିବ। ମରଶରୀରକୁ ସମ୍ପୂର୍ଣ୍ଣ ସମ୍ମାନ ଦେଇ ସ୍ପର୍ଶ କରୁନଥିବା ସମସ୍ତ କ୍ରିୟା କର୍ମ କରିବାକୁ ମଧ୍ୟ ଅନୁମତି ଦିଆଯିବ। ଶେଷକୃତ୍ୟ ପରେ ମୃତକଙ୍କ ପରିବାର ଅସ୍ଥି ସଂଗ୍ରହ କରିପାରିବେ। ସମସ୍ତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ମୁତାବକ ମୃତଦେହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବାକୁ ପଡିବ।

ସାମାଜିକ ଦୂରତା ସହିତ ମାସ୍କ ଓ ଗ୍ଲୋଭସ ବ୍ୟବହାର କରିବା ଜରୁରୀ। ମୃତଦେହକୁ ଗାଧୋଇବା, ଆଲିଙ୍ଗନ କରିବା, ଚୂମ୍ବନ ଦେବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଅନ୍ତ୍ୟେଷ୍ଟିରେ ପୁରୋହିତ, ପରିବାର ସଦସ୍ୟଙ୍କ ସମେତ ୨୦ ଜଣରୁ ଅଧିକ ରହି ପାରିବେ ନାହିଁ। ଏ ସଂକ୍ରାନ୍ତରେ ଏସଆରସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ ଓ ସମସ୍ତ ମ୍ୟୁନିସିପାଲଟିର କମିସନରମାନଙ୍କୁ ଏକ ପତ୍ର ଲେଖି ଜଣାଇ ଦେଇଛନ୍ତି।

Related posts