Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନଲକ୍‌ 3.0ର ପ୍ରସ୍ତୁତି : ଖୋଲିପାରେ ସିନେମା ହଲ୍‌, ଜିମ୍‌
ଆଜିର ଖବର

ଅନଲକ୍‌ 3.0ର ପ୍ରସ୍ତୁତି : ଖୋଲିପାରେ ସିନେମା ହଲ୍‌, ଜିମ୍‌

July 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଜୁଲାଇ 31ରେ ଦେଶରେ ଅନଲକ୍‌ -2 ଶେଷ ହେବାକୁ ଥିବାବେଳେ ଅନଲକ୍‌ -3 ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନଲକ୍‌-3ରେ ସାମାଜିକ ଦୂରତ୍ବ  ରଖି ସିନେମା ହଲ ଖୋଲିବା ନେଇ ପ୍ରସ୍ତାବ ରହିଛି । ସୂଚନା ପ୍ରସାରଣ ମନ୍ତ୍ରାଳୟ ଏନେଇ ଗୃହ ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି ।

ଏହା ପୂର୍ବରୁ ସୂଚନା ପ୍ରସାରଣ ମନ୍ତ୍ରାଳୟ ଓ ସିନେମା ହଲ୍‌ ମାଲିକଙ୍କ ସହ ବୈଠକ କରିଥିଲେ ।  ଏହି ବୈଠକରେ ସିନେମା ହଲ୍‌ ମାଲିକ,  50 ପ୍ରତିଶତ ଦର୍ଶକଙ୍କ ସହିତ ଥିଏଟର ଆରମ୍ଭ ହେବ ବୋଲି ପ୍ରସ୍ତୁତି ହୋଇଛି । ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରାଳର 25 ପ୍ରତିଶତ ସିଟ୍‌ ସହିତ ସିନେମା ହଲ୍‌ ଖୋଲିବା ସହିତ ସାମାଜିକ ଦୂରତ୍ବ ଓ କୋଭିଡ୍‌ ଗାଇଡ ଲାଇନ୍‌ ନିୟମକୁ ଶକ୍ତ ରୂପେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଅନଲକ୍‌ -3ରେ ସିନେମା ହଲ୍‌ ସହିତ ଜିମ୍‌ ଖୋଲା ଯାଇପାରିବ ବୋଲି ସୂଚନା ରହିଛି । ଜିମ୍‌ ଖୋଲିବା ନେଇ କଡା ନିୟମ ପ୍ରଣୟନ କରାଯିବା ବୋଲି ସୂଚନା ରହିଛି । ତେବେ ଅନଲକ୍‌ -3ରେ ସ୍କୁଲ ଓ ମେଟ୍ରୋ ଖୋଲିବା ନେଇ କୌଣସି ବିଚାର କରାଯାଇନାହିଁ । ସେହିପରି ରାଜ୍ୟଗୁଡିକ ପାଇଁ ମଧ୍ୟ ଅନଲକ୍‌ 3ରେ କିଛି କଟକଣାକୁ କୋହଳ ଦିଆଯିବ ବୋଲି ସୂଚନା ରହିଛି ।

କରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚ ମାସରୁ ପୂରା ଦେଶରେ ଲକ୍‌ଡାଉନ୍‌ କରାଯାଇଥିଲା । ଏହା ଜୁନ୍‌ ପର୍ଯ୍ୟନ୍ତ ଲାଗି ରହିଥିବାବେଳେ ଜୁନ୍‌ 30ରେ ଅନଲକ୍‌ -1 ଆରମ୍ଭ ହୋଇଥିଲା ।

ଦେଶରେ ଅନଲାକ୍‌ ଲାଗୁ ହେବା ପରେ କରୋନା ମାମଲା ବେଶ୍‌ ଦ୍ରୁତ ଗତିରେ ବଢି ଚାଲିଚି । ଏବେ ସୁଦ୍ଧା ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 13 ଲକ୍ଷ 85 ହଜାର 522ରେ ପହଞ୍ଚିଥିବାେବଳେ ମୃତ୍ୟୁ ସଂଖ୍ୟା 32 ହଜାର 063ରେ ପହଞ୍ଚିଛି । (ଏଜେନ୍ସି)

unlock3.0
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.