Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍‌ଗିଲ୍ ବିଜୟ ଦିବସରେ ମନେ ପଡ଼ିଲେ ସହୀଦ୍ ଶ୍ରୀନିବାସ ପାତ୍ର
ଆଜିର ଖବର

କାର୍‌ଗିଲ୍ ବିଜୟ ଦିବସରେ ମନେ ପଡ଼ିଲେ ସହୀଦ୍ ଶ୍ରୀନିବାସ ପାତ୍ର

July 26, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍‌ପୁର: ୧୯୯୯ ମସିହା କାର୍‌ଗିଲ୍ ଯୂଦ୍ଧରେ ବହୁ ଭାରତୀୟ ବୀର ଜବାନ ଦେଶ ମାତୃକା ପାଇଁ ପ୍ରାଣବଳି ଦେଇଥିଲେ। ଏଥିରେ ଷଷ୍ଠ ଓଡ଼ିଆ ଭାବେ ଗଂଜାମ୍ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ତଥା ବ୍ରହ୍ମପୁର୍ ସହର ନିକଟବର୍ତ୍ତି ଜଗଦଳପୁର୍ ଗ୍ରାମର ସହୀଦ୍ ଏସ୍‌.ଶ୍ରୀନିବାସ ପାତ୍ର ମଧ୍ୟ ରହିଥିଲେ। ସେ ଯୁଦ୍ଧରେ ବୀରତ୍ୱର ସହ ଲଢ଼ି ୫.୭.୧୯୯୯ରେ ଶହୀଦ୍ ହୋଇଥିଲେ।

ଆଜି କାର୍‌ଗିଲ୍ ବିଜୟ ଦିବସକୁ ୨୧ ବର୍ଷ ପୂର୍ତ୍ତି ହୋଇଛି। ଜଗଦଳପୁର୍ ଗ୍ରାମ ସ୍ଥିତ ସହୀଦ୍‌ଙ୍କ ପ୍ରତିମୂତ୍ତିରେ ବିଭିନ୍ନ ଅନୁଷ୍ଠାନ ଏବଂ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ମ୍ମୃତିଚାରଣ କରାଯାଇଥିଲା। ବିବାହର କିଛି ଦିନ ପରେ ହିଁ ଶହୀଦ୍ ଶ୍ରୀନିବାସ ଦେଶପାଇଁ ଯୁଦ୍ଧ କରିବାକୁ ଯାଇ ଶହୀଦ୍ ହୋଇଥିଲେ। ବର୍ଷକରେ କେବଳ ଥରେ ଏହି ଦିନ ହିଁ ସବୁ ସଂଗଠନ ଏବଂ ନେତା, ଅଫିସର ଶହୀଦ୍ ଶ୍ରୀନିବାସକୁ ମନେ ପକାଇଥାନ୍ତି। ଦିନେ ଏହି ମାଟିରୁ ଦେଶସେବା ଓ ସାଧନାର ଏକ ଶୁଦ୍ଧ ସଂକଳ୍ପ ନେଇ ପ୍ରତିଜ୍ଞାର ଦୀପ୍ତ ଜ୍ୱଳନ ନେଇ ଯେଉଁ ପ୍ରଜ୍ଞାର ପ୍ରଦୀପ ଟିଏ ଜଗଦଳପୁର୍ ଗ୍ରାମରେ ଜଳି ଉଠିଥିଲା। ସେ ଆଉ କେହି ନୁହଁନ୍ତି, ଭରତମାତାର ବୀର ପୁରୁଷ ଶହୀଦ୍ ଶ୍ରୀନିବାସ ପାତ୍ର।

ସେହି ପବିତ୍ର ଭୂମିରେ ଜନ୍ମନେବା ଦିନଠାରୁ ହିଁ ପବିତ୍ର ମାଟିକୁ ସ୍ପର୍ଶକରି ଦେଶ ମାତୃକାର ସେବା ପାଇଁ ମନ ବଳାଇଥିଲେ। ପିଲାଟି ବେଳୁ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁ ଅଦମ୍ୟ ସାହସ ଏବଂ ଉଦ୍ୟମ ଦେଖାଇଥିଲେ ତାହା ତାଙ୍କୁ ମଣିଷ ପରି ମଣିଷଟିଏ ହେବାପାଇଁ ଅପୂର୍ବ ମନ୍ତ୍ରରେ ଦୀକ୍ଷିତ କରାଇଥିଲା। ମାନବିକତାର ବେଦୀତଳେ ଯିଏ ଦେଶ ଓ ଦଶର ସେବା ପାଇଁ ନିଜକୁ ସଂପୂର୍ଣ୍ଣ ଭାବେ ସମର୍ପିିତ କରିଥିଲେ ସେହି ସୌମ୍ୟ ପୁରୁଷ ଶ୍ରୀନିବାସ। ଆଜି ସେ ଘରେଘରେ ଜଣେ ମହାନ୍ ଏବଂ ବୀର ପୁରୁଷ ଭାବେ ପୂଜା ପାଇ ଆସୁଛନ୍ତି। ଏହା କଣ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ନୁହେଁକି?

ଦେଶସେବା ପାଇଁ ସେ ସୈନ୍ୟ ବାହିନୀରେ ଯୋଗ ଦେବା ନିମନ୍ତେ ବାରମ୍ବାର ସାକ୍ଷାତକାର ଦେଇ ଶେଷରେ ନିଯୁକ୍ତି ପାଇ ଦେଶସେବା କାର୍ଯ୍ୟରେ ଯୋଗ ଦେଇଥିଲେ। ଏହାର କିଛିବର୍ଷ ପରେ ଶ୍ରୀନିବାସ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ବିବାହର ୭ ଦିନରେ ତାଙ୍କ ଛୁଟି ଶେଷ ହୋଇଥିଲା। ଏହାପରେ ସେ ପୁଣି ନିଜ କର୍ତ୍ତବ୍ୟ କରିବାକୁ ଫେରିଯାଇଥିଲେ। ଶୀଘ୍ର କ୍ୱାର୍ଟର୍ ବ୍ୟବସ୍ଥା କରି ଆସିବି ଆଉ ତୁମକୁ ସାଙ୍ଗରେ ନେଇଯିବି ବୋଲି ପ୍ରତିଶ୍ରୁତି ଦେଇ ଯାଇଥିଲେ ନବ ବିବାହିତା ସ୍ତ୍ରୀ’ କୁ। ହେଲେ ଆଉ ଘରକୁ ଫେରିନଥିଲେ ଶ୍ରୀନିବାସ।

ବିବାହ ପରେ କାର୍ଯ୍ୟରେ ଯୋଗଦେବା ପରେ କାର୍‌ଗିଲ୍‌ରେ ପାକ୍ ଅନୁପ୍ରବେଶକାରୀଙ୍କ ସହ ଭାରତୀୟ ସୈନିକଙ୍କ ଯୁଦ୍ଧ ଚାଲିଥାଏ। ଏତିକି ବେଳେ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଯୁଦ୍ଧରେ ସାମିଲ୍ ହେବାକୁ ପଡ଼ିଥିଲା ଶ୍ରୀନିବାସଙ୍କୁ। ସେହି ପାକ୍ ଅନୁପ୍ରବେଶକାରୀଙ୍କ ସହ ସଂଘର୍ଷ କରି ୧୯୯୯ ମସିହା ଜୁଲାଇ ମାସ ୫ ତାରିଖରେ ପ୍ରାଣବଳି ଦେଇଥିବା ଷଷ୍ଠ ଓଡ଼ିଆ ବୀର ଥିଲେ ସହୀଦ୍ ଏସ୍‌. ଶ୍ରୀନିବାସ ପାତ୍ର। ତାଙ୍କ ମର ଶରୀରକୁ ଯେଉଁଦିନ ନିଜ ଗ୍ରାମକୁ ଅଣାଯାଇଥିଲା ସେହିଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ, ବୁଦ୍ଧିଜିବୀ, ରାଜନେତା ରାସ୍ତାକଡ଼ରେ ଘଣ୍ଟାଘଣ୍ଟା କାଳ ଫୁଲମାଳ ଧରି ଅପେକ୍ଷା କରି ରହିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ। ଦେଶଭକ୍ତି ସଙ୍ଗୀତରେ ଏବଂ ସହୀଦ୍ ଶ୍ରୀନିବାସ ଅମର ରହେ ଧ୍ୱନୀରେ ଫାଟି ପଡ଼ୁଥିଲା ସହର। ଶେଷରେ ଦେଶପାଇଁ ତାଙ୍କ ସେବା ମନୋବୃତ୍ତି ହିଁ ଆଜି ତାଙ୍କୁ ସମସ୍ତଙ୍କ ହୃଦୟରେ ସ୍ଥାନିତ କରିଛି।

ଆଜିର ଏହି ବିଜୟ ଦିବସରେ କେବଳ ବ୍ରହ୍ମପୁର ନୁହେଁ ସମଗ୍ର ଗଂଜାମ ଜିଲ୍ଲା ଶହୀଦ୍ ଶ୍ରୀନିବାସକୁ ମନେ ପକାଉଛନ୍ତି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ କୁକୁଡ଼ାଖଣ୍ଡି ବିଡ଼ିଓ ଗଦାଧର ପାତ୍ର ଜଗଦଳପୁର ସ୍ଥିତ ଶହୀଦ୍ ଶ୍ରୀନିବାସ ପାତ୍ର ସ୍ମୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ସ୍ଥାନୀୟ ସରପଞ୍ଚ ଏବଂ ଯୁବକ ସଂଘର କର୍ମକର୍ତ୍ତାମାନେ ସହାୟତା କରିଥିଲେ। ବିଜେପି ନେତା ରାମ ପାତ୍ର ସକାଳୁ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଭୂତପୂର୍ବ ସେନାବାହିନୀ କର୍ମଚାରୀ ଲଳିତ ମଙ୍ଗରାଜ ମଧ୍ୟ ସ୍ମୃତିଚାରଣ କରିଥିଲେ। ଜଗଦଳପୁରର ଯୁବକମାନେ ନାଗେଶ ପାତ୍ର, ସୁଦାମ ପାତ୍ରଙ୍କ ସହ ଜଗଦଳପୁରର ଯୁବଗୋଷ୍ଠୀ ଉପସ୍ଥିତ ଥିଲେ। ବିଜେପି ରାଜ୍ୟ ଉପସଭାପତି ତଥା ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଟ୍ୱିଟ୍ ମାଧ୍ୟମରେ ପ୍ରଶଂସା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026
Latest News

ପୂର୍ବତଟ ରେଳପଥରେ ୨୭୦ କୋଟି ବ୍ୟୟର କବଚ୍ ସ୍ଥାପନକୁ ଭାରତୀୟ ରେଳବାଇର ମଞ୍ଜୁରୀ

June 22, 2026

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.