ଆଜି ରାଜ୍ୟରୁ ସୁସ୍ଥ ହେଲେ 864, ଜାଣନ୍ତୁ କେଉଁଠୁ ରହିଛନ୍ତି କେତେ

Published: Jul 26, 2020, 8:54 pm IST

ଭୁବନେଶ୍ବର : ଆଜି ରାଜ୍ୟରୁ 1376 କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 864 ଜଣ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 432 ଜଣ ସୁସ୍ଥ ହୋଇଥିବାବେଳେ ରାୟଗଡାରୁ 137 ଜଣ, ବରଗଡରୁ 31, ଖୋର୍ଦ୍ଧା ଓ କଟକରୁ 26 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକରୁ 23, ମୟୂରଭଞ୍ଜରୁ 22, ଯାଜପୁରରୁ 19, କନ୍ଧମାଳରୁ 15, ଗଜପତି ଓ ସମ୍ବଲପୁରୁର 14 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଜଗତସିଂହପୁରୁ 12 ଜଣ ରହିଥିବାବେଳେ ଢେଙ୍କାନାଳରୁ 10, ସୁନ୍ଦରଗଡରୁ 10, ନୟାଗଡରୁ 7 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ବର, କେନ୍ଦ୍ରାପଡା ଓ ମାଲ୍‌କାନଗିରିରୁ 6 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ଝାରସୁଗୁଡା ଓ କୋରାପୁଟରୁ 5 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 4 ଜଣ ସୁସ୍ଥ ହୋଇଥିବାବେଳେ ପୁରୀରୁ 3 ଜଣ, ବୌଦ୍ଧରୁ 2 ଜଣ ଓ ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 16 ହଜାର 792କୁ ବୃଦ୍ଧି ହୋଇଛି ।

Related posts