Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ହସ୍ପିଟାଲରୁ ଆସିଲା ହୃଦୟ ବିଦାରକ ଦୃ୍ଶ୍ୟ : ନବଜାତ ଶିଶୁକୁ ଟ୍ରେରେ ଧରିଛି ମା, ପିତାଙ୍କ କାନ୍ଧରେ ଅକ୍ସିଜେନ୍‌ ସିଲିଣ୍ଡର
ଆଜିର ଖବର

ସରକାରୀ ହସ୍ପିଟାଲରୁ ଆସିଲା ହୃଦୟ ବିଦାରକ ଦୃ୍ଶ୍ୟ : ନବଜାତ ଶିଶୁକୁ ଟ୍ରେରେ ଧରିଛି ମା, ପିତାଙ୍କ କାନ୍ଧରେ ଅକ୍ସିଜେନ୍‌ ସିଲିଣ୍ଡର

July 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା : ବିହାରର ରାଜଧାନୀ ପାଟନାଠାରେ ମାନବିକତାକୁ ଲଜ୍ଜିତ କରିଥିବାର ଏକ ଯନ୍ତ୍ରଣାଦାୟକ ଦୃଶ୍ୟ ନଜରକୁ ଆସିଛି।  ଏହି ଘଟଣା ସାମ୍ନାକୁ ଆସିବା ପରେ ସଦର ଡାକ୍ତରଖାନାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ମଧ୍ୟ ସାମ୍ନାକୁ ଆସିଛି। ନବଜାତ ସନ୍ତାନର ଚିକିତ୍ସା ପାଇଁ ମାଆ-ବାପାଙ୍କୁ ହସ୍ପିଟାଲରେ ଏପଟସେପଟ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ ଏହି ଘଟଣାଟି ଏବେ ଚର୍ଚ୍ଚାକୁ ଆସିଛି । ଏହି ଫଟୋରେ ନବଜାତ ଶିଶୁକୁ ଏକ ଟ୍ରେରେ ଶିଶୁର ମାତା ଧରିଥିବାବେଳେ ପିତା ଅକ୍ସିଜେନ୍‌ ସିଲିଣ୍ଡରକୁ କାନ୍ଧରେ ଧରି ହସ୍ପିଟାଲର ଦ୍ବାର ଦ୍ବାର ବୁଲୁଛନ୍ତି ।

ଏପରି ଏକ ହୃଦୟବିଦାରକ ଦୃଶ୍ୟ ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ବିନୀ କୁମାର ଚୌବେଙ୍କ ସଂସଦୀୟ କ୍ଷେତ୍ରରୁ ନଜର ଆସିଛି ।  ସଦର ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଦାୟିତ୍ବହୀନତା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ମଧ୍ୟ ହୋଇଯାଇଛି ।

ସୂଚନାଯୋଗ୍ୟ, ଭାଇରାଲ୍‌ ହୋଇଥିବା ଏହି ଫଟୋଟି ବକ୍ସରର ସଦର ହସ୍ପିଟାଲର ଜୁଲାଇ 23 ତାରିଖର । ରାଜପୁରର ସୁଖଆନା ନିବାସୀ ସୁମନ କୁମାରଙ୍କ ପତ୍ନୀ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଶିଶୁଟି ଜନ୍ମରୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲା । ବିଚାରା ସ୍ବାମୀ-ସ୍ତ୍ରୀ ଶିଶୁକୁ ନେଇ ସଦର ହସ୍ପିଟାଲ ଯାଇଥିଲେ । କିନ୍ତୁ ସେଠାରେ କାଗଜପତ୍ର କାମ କରୁ କରୁ ବହୁ ସମୟ ଅତିବାହିତ ହୋଇଥିଲା । ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତା ଯୋଗୁଁ ଶିଶୁଟିର ଜୀବନ ଚାଲିଯାଇଛି । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ୍‌ ହେବା ପରେ ବହୁ କଡା ପ୍ରତିକ୍ରିୟାମାନ ମିଳୁଛି । ଭୋଟ୍‌ କରି ଜନ ପ୍ରତିନିଧିମାନେ ରାଜନୀତି କରୁଥିବାବେଳେ ଭୋଟ୍‌ ଦେଇ ଜନତା ଏଠି ମରି ଚାଲିଛି ।

ପ୍ରତ୍ୟେକ ବର୍ଷ ନିର୍ବାଚନ ସମୟରେ ଶିକ୍ଷା, ସ୍ବାସ୍ଥ୍ୟକୁ ଉନ୍ନତି ତଥା ଆଗେଇ ନେବା ପାଇଁ ସମସ୍ତ ରାଜନୀତି ପାର୍ଟିମାନେ ପ୍ରତିଜ୍ଞା କରୁଥିବାବେଳେ ଭୋଟ୍‌ ପାଇ ସାରିବା ପରେ ସେହି ଶିକ୍ଷା ଓ ସ୍ବାସ୍ଥ୍ୟକୁ ଅତ୍ୟନ୍ତ ବିପର୍ଯ୍ୟସ୍ତ କରି ଚାଲିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୭ ତାରିଖ ଶୁକ୍ରବାରର ସକାଳୁ ଏହି ରାଶିଗୁଡିକର ଖୋଲିଲା ଭାଗ୍ୟ

March 27, 2026

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026
Latest News

ଆଜି ମାର୍ଚ୍ଚ ୨୭ ତାରିଖ ଶୁକ୍ରବାରର ସକାଳୁ ଏହି ରାଶିଗୁଡିକର ଖୋଲିଲା ଭାଗ୍ୟ

March 27, 2026

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.