ଆଗକୁ ଦୈନିକ 10 ଲକ୍ଷ କରୋନା ଟେଷ୍ଟ: ପ୍ରଧାନମନ୍ତ୍ରୀ

Published: Jul 27, 2020, 7:28 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଓ ମୁମ୍ବାଇରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର 3ଟି ନୂଆ ଲ୍ୟାବ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ସେ ଏହି ଲ୍ୟାବଗୁଡିକର ଉଦଘାଟନ କରିଛନ୍ତି। ଆଗକୁ ଦେଶରେ ଦୈନିକ 10 ଲକ୍ଷ କରୋନା ଟେଷ୍ଟ ହେବ ବୋଲି ମୋଦି ଏହି ଅବସରରେ କହିଛନ୍ତି।

ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିଥିଲେ ।

ଲ୍ୟାବ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଗାମୀ ଦିନରେ ଅନେକ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । ଏହାସହ ଦରିଦ୍ରଙ୍କୁ ରାସନ ଯୋଗାଇବା ମଧ୍ୟ ନିହାତି ଆବଶ୍ୟକ ।

Related posts