କାର୍ଯ୍ୟସ୍ଥଳୀକୁ ସାନିଟାଇଜ୍‌ ନ କଲେ ଦେବାକୁ ପଡିବ ଦଶହଜାରଟଙ୍କାର ଜରିମାନା

Published: Jul 28, 2020, 8:47 am IST

ରାଜସ୍ଥାନ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖି ରାଜସ୍ଥାନର ସରକାର କରୋନା ସମ୍ବନ୍ଧୀୟ କିଛି ନିୟମକୁ କଡାକଡି କରିଛନ୍ତି ।  ସାର୍ବଜନିକ ସ୍ଥଳରେ ମାସ୍କ ନ ଲଗାଇଲେ 200 ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟସରକାରଙ୍କ ଗୃହ ବିଭାଗ ତରଫରୁ କରୋନାକୁ ନେଇ ସୋମବାର ଦିନ ଅଲଗା ଅଲଗା ଅଧିସୂଚନା ଜାରି କରାଯାଇଛି । ଏହ ଅଧିନିୟମ ଅନୁସାରେ ସମସ୍ତ କାର୍ଯ୍ୟସ୍ଥଳରେ କାର୍ଯ୍ୟ ଅବଧି ସମୟରେ ନିୟମିତ ରୂପେ ସାନିଟାଇଜେସନ୍‌ ହେବ । ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ସାମାଜିକ ଦୂରତ୍ବ ଠିକ୍‌ ଭାବେ ପାଳନ ହେବ । ଯଦି କାର୍ଯ୍ୟସ୍ଥଳଗୁଡିକରେ ଏହି ଦୁଇ ନିୟମ ଉଲ୍ଲଂଘନ ହେବ, ଏଥିପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ ବୋଲି ନିୟମ ପ୍ରଣୟନ କରାଯାଇଛି ।

ସେହିପରି ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଦ୍ବାରା ମୁହଁ ଢାଙ୍କିବେ। ଯେଉଁମାନେ ମାସ୍କର ବ୍ୟବହାର ନ କରିବେ, ସେମାନଙ୍କଠାରୁ 200ଟଙ୍କାର ଜରିମାନା ଆଦାୟ ହେବ । ସେହିପରି ଯେଉଁ ଦୋକାନୀ ବିନା ମାସ୍କରେ ସାମଗ୍ରୀ ବିକକ୍ରି କରିବେ ସେମାନଙ୍କଠାରୁ 500ଟଙ୍କାର ଜରିମାନା ଆାଦୟ ହେବ । ସର୍ବସାଧାରଣ ସ୍ଥଳରେ ଛେପ ପକାଇଲେ 200ଟଙ୍କାର ଜରିମାନା ଆଦାୟ ହେବ । ସେହିପରି ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟ୍‌କା ଓ ତମ୍ବାଖୁ ସେବନ କଲେ 500ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିୟମ ଜାରି କରାଯାଇଛି । (ଏଜେନ୍ସି)

Related posts