Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟସ୍ଥଳୀକୁ ସାନିଟାଇଜ୍‌ ନ କଲେ ଦେବାକୁ ପଡିବ ଦଶହଜାରଟଙ୍କାର ଜରିମାନା
ଆଜିର ଖବର

କାର୍ଯ୍ୟସ୍ଥଳୀକୁ ସାନିଟାଇଜ୍‌ ନ କଲେ ଦେବାକୁ ପଡିବ ଦଶହଜାରଟଙ୍କାର ଜରିମାନା

July 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖି ରାଜସ୍ଥାନର ସରକାର କରୋନା ସମ୍ବନ୍ଧୀୟ କିଛି ନିୟମକୁ କଡାକଡି କରିଛନ୍ତି ।  ସାର୍ବଜନିକ ସ୍ଥଳରେ ମାସ୍କ ନ ଲଗାଇଲେ 200 ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟସରକାରଙ୍କ ଗୃହ ବିଭାଗ ତରଫରୁ କରୋନାକୁ ନେଇ ସୋମବାର ଦିନ ଅଲଗା ଅଲଗା ଅଧିସୂଚନା ଜାରି କରାଯାଇଛି । ଏହ ଅଧିନିୟମ ଅନୁସାରେ ସମସ୍ତ କାର୍ଯ୍ୟସ୍ଥଳରେ କାର୍ଯ୍ୟ ଅବଧି ସମୟରେ ନିୟମିତ ରୂପେ ସାନିଟାଇଜେସନ୍‌ ହେବ । ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ସାମାଜିକ ଦୂରତ୍ବ ଠିକ୍‌ ଭାବେ ପାଳନ ହେବ । ଯଦି କାର୍ଯ୍ୟସ୍ଥଳଗୁଡିକରେ ଏହି ଦୁଇ ନିୟମ ଉଲ୍ଲଂଘନ ହେବ, ଏଥିପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ ବୋଲି ନିୟମ ପ୍ରଣୟନ କରାଯାଇଛି ।

ସେହିପରି ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଦ୍ବାରା ମୁହଁ ଢାଙ୍କିବେ। ଯେଉଁମାନେ ମାସ୍କର ବ୍ୟବହାର ନ କରିବେ, ସେମାନଙ୍କଠାରୁ 200ଟଙ୍କାର ଜରିମାନା ଆଦାୟ ହେବ । ସେହିପରି ଯେଉଁ ଦୋକାନୀ ବିନା ମାସ୍କରେ ସାମଗ୍ରୀ ବିକକ୍ରି କରିବେ ସେମାନଙ୍କଠାରୁ 500ଟଙ୍କାର ଜରିମାନା ଆାଦୟ ହେବ । ସର୍ବସାଧାରଣ ସ୍ଥଳରେ ଛେପ ପକାଇଲେ 200ଟଙ୍କାର ଜରିମାନା ଆଦାୟ ହେବ । ସେହିପରି ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟ୍‌କା ଓ ତମ୍ବାଖୁ ସେବନ କଲେ 500ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିୟମ ଜାରି କରାଯାଇଛି । (ଏଜେନ୍ସି)

fine sanitized
Share. Facebook Twitter LinkedIn Email WhatsApp Copy Link

Related Posts

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026
Latest News

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026

ଚମ୍ପୁଆରେ ଭୟାବହ ଭୂସ୍ଖଳନ: NH-520ର ବାରବାଙ୍କ ଘାଟିରେ ରାସ୍ତା ଅବରୋଧ

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.