ଭୁବନେଶ୍ବର : ରାଜ୍ୟରେ ଆଜି ପୁଣି କରୋନା ଯୋଗୁଁ 7ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ରାୟଗଡାରୁ 2ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 154କୁ ବୃଦ୍ଧି ହୋଇଛି ।
ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ବୟସ ଯଥାକ୍ରମେ 55,56, 39 ବର୍ଷ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 72 ବର୍ଷ ଓ 31 ବର୍ଷ ବୋଲି ସୂଚନା ରହିଛି ।
ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ମାତ୍ର 5 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିିଛି ।
ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 85କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ 19, କଟକରେ 11କୁ ବୃଦ୍ଧି ହୋଇଛି । ସେହିପରି ରାୟଗଡାରେ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।