ଅନଲାଇନ୍‌ ପଢିବାବେଳେ ମୋବାଇଲ ଫାଟିଲା

Published: Jul 28, 2020, 6:02 pm IST

ପୁରୀ :  ଲକ୍‌ଡାଉନ୍‌ ଯୋଗୁଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରାଯାଇଛି । ଏହି ସମୟରେ ଅନଲାଇନ୍‌ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ସରକାରୀ  ହେଉ କି ବେସରକାରୀ ବିଦ୍ୟାଳୟ  ଏବେ ସମେସ୍ତ ଅନଲାଇନ୍‌ରେ ପିଲାମାନଙ୍କୁ ପାଠ ପଢାଉଛନ୍ତି  ।  ଜୁମ୍‌ ଆପ୍‌ ଓ ଅନ୍ୟାନ୍ୟ ଆପ୍‌ ଦ୍ବାରା ପିଲାମାନଙ୍କୁ ଅନଲାଇନ୍‌ କୋଚିଂ ଦିଆଯାଉଥିବାବେଳେ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ଜରିଆରେ ପିଲାମାନଙ୍କୁ ପରୀକ୍ଷା କରାଯାଇ ପଢାଯାଉଛି ।

ଏହି ଅନଲାଇନ୍‌ ପାଠ ପଢିବାବେଳେ  ମୋବାଇଲ୍‌ ଫାଟିଛି । ମୋବାଇଲ୍‌ ଫାଟିବାରୁ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି  ।

ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚ ଆଦର୍ଶ ନଗରରେ ଏହି ଘଟଣା ଘଟିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅଟି ଅନ୍‌ଲାଇନ୍‌ରେ ପାଠ ପଢୁଥିବାବେଳେ ହଠାତ୍‌ ମୋବାଇଲ୍‌ ଫୋନ୍‌ଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ପରେ ଫୋନ୍‌ଟ ଖଣ୍ଡବିଖଣ୍ଡ ହୋଇଯାଇଥିଲା । ବ୍ଲାଷ୍ଟ ପରେ ମୋବାଇଲ୍‌ ପଛ ଭାଗରେ ଥିବା ଅଂଶଟି ଜଳୁଥିଲା । ଛାତ୍ରୀଟିର ହାତରେ ଆଘାତ ଲାଗିଥିଲେ ମଧ୍ୟ  ସେ ଏକ ବଡ ଦୁର୍ଘଟଣାର ବର୍ତ୍ତିଯାଇଛନ୍ତି ।

Related posts