ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 150 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 65 ଜଣ ଲୋକାଲ୍ କେସ ବୋଲି ସୂଚନା ଦେଇଛି ବିଏମ୍ସି ।
ଆଇଗିଣିଆ ଆଳୁଗଦିରୁ ଆଉ 10 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏକ ଘରୋଇ ହସ୍ପିଟାଲରୁ 11 ଜଣ, ରସୁଲଗଡ ଜିଡିପି କଲୋନୀରୁ ଆଉ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ୍ 9 ବାୟାବାବା ମଠ ବସ୍ତିରୁ 19 ଜଣ ଚିହ୍ନଟ ହୋଇଥିବାବେଳେ ସାଲିଆସାହିରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଚାରି ନମ୍ବର ଏମଏଲ୍ କଲୋନୀରୁ 9 ଜଣ ରହିଛନ୍ତି । ଫାୟାର ଷ୍ଟେସନ ବସ୍ତିରୁ 3 ଜଣ ଥିବାବେଳେ ଗଣପତି ନଗର ବସ୍ତିରୁ ମଧ୍ୟ 3ଜଣ ରହିଛନ୍ତି ।
ସେହିପରି ଲୋକାଲ୍ କେସ 65ଜଣଙ୍କ ମଧ୍ୟରୁ ଏକ ଘରୋଇ ହସ୍ପିଟାଲ 6 ଜଣ କର୍ମଚାରୀ ଥିବାେବଳେ ନୟାପଲ୍ଲୀ, ଭୀମପୁର, ୟୁନିଟ୍ 3, ମେଘେଶ୍ବର କଲୋନୀ, ଶୈଳଶ୍ରୀ ବିହାର, ସୁନ୍ଦରପଦା, ନୟାପଲ୍ଲୀ ପାର୍ସପୋର୍ଟ ଅଫିସ୍, ଇଡ୍କୋ କଲୋନୀ, ପ୍ରଶାନ୍ତ ବିହାର, ଚନ୍ଦ୍ରଶେଖରପୁର, ଚାରି ନମ୍ବର ମାଛ ମାର୍କେଟ୍, ବରଗଡ ବ୍ରିଟ୍ କଲୋନୀ, ଗୌତମ ନଗର, ଚିନ୍ତାମଣି ଶ୍ବର ଆଦି ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନ୍ୟ ଏକ ଘରୋଇ ହସ୍ପିଟାଲରୁ ତିନିଜଣ ମହିଳା କର୍ମଚାରୀ ରହିଛନ୍ତି। ଇଡ୍କୋ କଲୋନୀରୁ ମଧ୍ୟ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି 130 ଜଣ ସୁସ୍ଥ ହୋଇଛନ୍ତି । ନୂତନ 215 ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 2ହଜାର 365କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥ ହୋଇଛନ୍ତି 1 ହଜାର 141 ଜଣ । ରାଜଧାନୀ ଭୁବନେଶ୍ବରରୁ ଆଜି ଆଉ ଜଣକର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 12 ହଜାର 09ଟି ସକ୍ରିୟ ମାମଲା ରହିଛି ।