Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଏଏସ୍‌ସ୍ତରରେ ଅଦଳବଦଳ: ବାଣପୁର ବ୍ଲକର ବିଡିଓ ଭାବେ ଦାୟିତ୍ବ ପାଇଲେ ବୋଲଗଡ ବିଡିଓ ଶୁଭଶ୍ରୀ ତ୍ରିପାଠୀ
ଆଜିର ଖବର

ଓଏଏସ୍‌ସ୍ତରରେ ଅଦଳବଦଳ: ବାଣପୁର ବ୍ଲକର ବିଡିଓ ଭାବେ ଦାୟିତ୍ବ ପାଇଲେ ବୋଲଗଡ ବିଡିଓ ଶୁଭଶ୍ରୀ ତ୍ରିପାଠୀ

July 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଆଜି ରାଜ୍ୟ ସରକାର ଓଏଏସ୍‌ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଆଜି ୧୩ ଜଣ ଓଏଏସ୍‌ ଅଫିସରଙ୍କୁ ବଦଳି କରାଯିବା ସହ ନୂତନ ନିଯୁକ୍ତି ଦିଆଯାଇଛି। ଏହିକ୍ରମରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଥିବା ବିଶ୍ବଜିତ୍‌ ରାୟଙ୍କୁ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି। ସୁନ୍ଦରଗଡ କଲେକ୍ଟରେଟ୍‌ରେ ଥିବା ଜନ୍ମଜେୟ ବେହେରାଙ୍କୁ ନବରଙ୍ଗପୁରର ବିଡିଓ ଭାବେ ଦାୟିତ୍ବ ମିଳିଛି। ସୁନ୍ଦରଗଡ କଲକ୍ଟେରେଟ୍‌ର ଅବସ୍ଥାପିତ ଥିବା ଶରତ କୁମାର ସେଠୀଙ୍କୁ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ବୋଲଗଡ ବିଡିଓ ଥିବା ଡ. ଶୁଭଶ୍ରୀଙ୍କୁ ତ୍ରିପାଠୀଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ଢେଙ୍କାନାଳରେ ଅନୁଗୁଳୁ-ଡୁବୁରୀ-ସୁକିନ୍ଦାର ରୋଡ୍‌ ଲିଙ୍କ୍‌ ପ୍ରୋଜେକ୍ଟର ଏଲ୍‌ଓଠ ଥିବା ଧୋବେଇ ନାଏକଙ୍କୁ ଖୋର୍ଦ୍ଧା ବୋଲଗଡର ବିଡିଓ ଭାବେ ଦାୟିତ୍ବ ମିଳିଛି।

ବୋଲଗଡ ତହସିଲଦାର ଭାବେ ଅବସ୍ଥାପିତ ଥିବା ମୋନାଲିସା ପଣ୍ଡାଙ୍କୁ ଭୁବନେଶ୍ବର ଆଦର୍ଶ ବିଦ୍ୟାଳୟ ସମିତିର ଓଏସ୍‌ଡି ଭାବେ ଦାୟିତ୍ବ ମିଳିଛି। ପୁରୀ କଲେକ୍ଟରେଟ୍‌ରେ ଟିଆରଓ ଥିବା ପ୍ରଶାନ୍ତ କୁମାର ଜେନାଙ୍କୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ତହସିଲଦାର ରୂପେ ନିଯୁକ୍ତି ମିଳିଛି।ନର୍ଲା ବିଡିଓ ଥିବା ବ୍ୟାସଦେବ ବେହେରାଙ୍କୁ ସୁବର୍ଣ୍ଣପୁରର ବିନିକା ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ଗୁଡାରୀର ବିଡିଓ ଥିବା ନୃସିଂହ ଚରଣ ସେଠୀଙ୍କୁ କଳାହାଣ୍ଡି ନର୍ଲା ବ୍ଲକର ବିଡିଓ ଭାବେ ଦାୟିତ୍ବ ଦିଆଯାଇଛି।

ଗୁଣୁପୁରର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବରେ ଥିବା ରୀନା ପ୍ରଧାନଙ୍କୁ ରାୟଗଡା ଗୁଡାରୀ ବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି। ବଲାଙ୍ଗିର କଲେକ୍ଟରେଟ୍‌ ଟିଆରଓ ଥିବା ବିଶ୍ବନାଥ ସାହୁଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିଡିଓ ଭାବେ ନିଯୁକ୍ତି ମିଳିଛି। କୋରାପୁଟର ଉପଜିଲ୍ଲାପାଳ ଥିବା ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଲକ୍ଷ୍ମୀପୁର ବ୍ଲକର ବିଡିଓ ଭାବେ ନିଯୁକ୍ତି ମିଳିଛି। ଭଦ୍ରକ ତହସିଲଦାର ଜ୍ୟୋତିବିକାଶ ଦାସଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିବ୍ଲକର ବିଡିଓ ଭାବେ ଦାୟିତ୍ବ ମିଳିଛି।

ବିନିକା ବିଡିଓ ଥିବା ବିଶ୍ବରଞ୍ଜନ ମଲ୍ଲିକଙ୍କୁ ବଲାଙ୍ଗିର ଲୋୟର ଶୁକତେଲ ପ୍ରକଳ୍ପରେ ବିଭାଗୀୟ ଅଧିକାରୀ ରୂପେ ନିଯୁକ୍ତି ଦିଆଯାଇଛି। ସେହିପରି ନବରଙ୍ଗପୁର ବିଡିଓ ଥିବା ଲଲିତ ମଣ୍ଡଳଙ୍କୁ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳର ଦାୟିତ୍ବ ଦିଆଯାଇଛି। ରାଇଘର ବିଡିଓ ଥିବା ଯୁଧିଷ୍ଟୀର ନାୟକଙ୍କୁ ଗଜପତିର ଅତିରିକ୍ତ ଜିଲ୍ଲାପାଳର ଦାୟିତ୍ବ ମିଳିଛି। ଜଟଣୀର ବିଡିଓ ବାସୁଦେବ ମାହାରୀଙ୍କୁ ରାଜସ୍ବ ବିଭାଗରେ ନିଯୁକ୍ତି ମିଳିଛି। ଯଶୀପୁର ବିଡିଓ ଅନୁପମା ଘୋଷଙ୍କୁ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଲାଠିକଠା ବିଡିଓ ଥିବା ତାପସ କୁମାର ସେଠୀଙ୍କୁ ରାଜସ୍ବ ବିଭାଗରେ ନିଯୁକ୍ତି ମିଳିଛି।

BJP Ads
oas Odisha
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025

ସାମ୍ବାଦିକ ରାଣା ଆୟୁବଙ୍କୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇଙ୍କ ଫଟୋ ଥିବା ନମ୍ବରରୁ ମେସେଜ୍

November 6, 2025
BJP Ads
Latest News

ଏହି ଭାରତୀୟ ଖେଳାଳିଙ୍କୁ ମିଳିବ ସୁନା ପ୍ଲେଟେଡ୍ ବଲ୍ ଏବଂ ବ୍ୟାଟ୍, ବିଶ୍ୱକପ୍ ବିଜୟ ପରେ ଏକ ବଡ଼ ଘୋଷଣା

November 6, 2025

ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା

November 6, 2025

ଅବଦୁଲ୍ଲା ଆଜମଙ୍କୁ ଝଟକା, ଏଫଆଇଆର ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

November 6, 2025

ସାମ୍ବାଦିକ ରାଣା ଆୟୁବଙ୍କୁ ହତ୍ୟା ଧମକ, ଲରେନ୍ସ ବିଷ୍ନୋଇଙ୍କ ଫଟୋ ଥିବା ନମ୍ବରରୁ ମେସେଜ୍

November 6, 2025

ବିହାର ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ବମ୍ପର ମତଦାନ, ୨୦୨୦ ତୁଳନାରେ ୧୦% ଅଧିକ

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.