ରାଜ୍ୟରୁ ଆଜି ସୁସ୍ଥ ହେଲେ 687 : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ହୋଇଛନ୍ତି ସୁସ୍ଥ

Published: Jul 28, 2020, 9:18 pm IST

ଭୁବନେଶ୍ୱର: ରାଜ୍ୟରୁ ଆଜି 19ଟି ଜିଲ୍ଲାରୁ 687ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 307 ଜଣ ସୁସ୍ଥ ହୋଇଥିବାବେଳେ  ଜଗତସିଂହପୁର ଜିଲ୍ଲାରୁ 59 ଜଣ, ଭଦ୍ରକ ଜିଲ୍ଲାରୁ 52ଜଣ, ନୟାଗଡ଼ ଜିଲ୍ଲାରୁ 35ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 30ଜଣ, ଯାଜପୁର ଜିଲ୍ଲାରୁ 25ଜଣ, କଟକ ଜିଲ୍ଲାରୁ 24ଜଣ, ଗଜପତି ଜିଲ୍ଲାରୁ 23ଜଣ, ମାଲକାନଗିରି ଜିଲ୍ଲାରୁ 18ଜଣ, କୋରାପୁଟ ଜିଲ୍ଲାରୁ 17ଜଣ, କନ୍ଧମାଳ ଜିଲ୍ଲାରୁ 16ଜଣ, କେନ୍ଦୁଝର ଜିଲ୍ଲାରୁ 14ଜଣ, ବରଗଡ଼ ଜିଲ୍ଲାରୁ 12ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ 11ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାରୁ 10ଜଣ, ଅନୁଗୁଳ ଜିଲ୍ଲାରୁ 5ଜଣ, ନବରଙ୍ଗପୁର ଜିଲ୍ଲାରୁ 3ଜଣ, କଳାହାଣ୍ଡି ଜିଲ୍ଲାରୁ 2ଜଣ ଓ ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ ମୋଟ ସୁସ୍ଥଙ୍କ ସଂଖ୍ୟା 18 ହଜାର 60ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 154କୁ ବୃଦ୍ଧି ହୋଇଛି ।

Related posts