Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋଦୀଙ୍କ ‘ମନ୍‌କୀବାତ୍‌’ରେ ଭୁବନେଶ୍ବରସ୍ଥିତ କୌଶଲ୍ୟାଗଂଗା ‘ସିଫା’ ର ମୁକ୍ତାଚାଷୀ ଜୟଶଙ୍କର
ଆଜିର ଖବର

ମୋଦୀଙ୍କ ‘ମନ୍‌କୀବାତ୍‌’ରେ ଭୁବନେଶ୍ବରସ୍ଥିତ କୌଶଲ୍ୟାଗଂଗା ‘ସିଫା’ ର ମୁକ୍ତାଚାଷୀ ଜୟଶଙ୍କର

July 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ
ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ କୃଷକ ଏବଂ ଯୁବପିଢ଼ୀଙ୍କ ପାଇଁ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା(ସିଫା), କୌଶଲ୍ୟାଗଙ୍ଗରେ ମୁକ୍ତାଚାଷ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏହି ପ୍ରଶିକ୍ଷଣ ପାଇସଫଳତା ହାସଲ କରିଥିବା ଜଣେ ମୁକ୍ତାଚାଷୀଙ୍କୁ ମନ୍‌କୀବାତ୍‌-୨.୦ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁୟସୀ ପ୍ରଶଂସା କରିଛନ୍ତି। ବିହାରର ବେଗୁସରାଇ ଅଂଚଳର ଏହି ସରକାରୀ କର୍ମଚାରୀ ତଥା ମୁକ୍ତାଚାଷୀ ଜୟଶଂକର କୁମାର ସିଫାରେ ମୁକ୍ତାଚାଷ ପ୍ରଶିକ୍ଷଣ ନେଇ ନିଜର ମୁକ୍ତାଚାଷ ଆରମ୍ଭ କରିଥିଲେ।

ପରବର୍ତୀ ସମୟରେ ‘ସମନ୍ୱିତ କୃଷି’ ପ୍ରଣାଳୀରେମାଛ, କୁକୁଡ଼ା, ବତକ ଓ ଜିଆଖତ ସହ ମୁକ୍ତାଚାଷ ମଧ୍ୟ କରୁଛନ୍ତି । କୁମାର ହେଉଛନ୍ତି ଜଣେ ଉତ୍ସାହୀ, ଅଭିନବ ଚିନ୍ତାଧାରା ପୋଷଣ କରୁଥିବା କୁଶଳୀ ଉଦ୍ୟୋଗୀ ଯିଏ ସିଫା ସହିତ ନିୟମିତ ସଂପର୍କ ରକ୍ଷା କରି ସ୍ୱକୌଶଳ ବିକାଶ କରି ଆସୁଛନ୍ତି । ସେ ଜଣେ ସଫଳ ମୁକ୍ତାଚାଷୀ,ଯେ କି ନିଜେ ମୁକ୍ତାଚାଷ କରିବା ସହ ଅନ୍ୟ ଆଗ୍ରହୀ ଚାଷୀ ତଥା କୋଭିଡ-୧୯ ର ଦୁର୍ଦ୍ଦଶା ସମୟରେ ଗାଁ କୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ମୁକ୍ତାଚାଷ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ ହେବା ପାଇଁ ଉତ୍ସାହିତ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଗତ ଜୁଲାଇ ୨୬ ତାରିଖ ଦିନ ପ୍ରସାରିତ ତାଙ୍କର ମନ୍‌କୀବାତ୍‌-୨.୦ ର ଚତୁର୍ଦ୍ଦଶତମ ଅଧ୍ୟାୟରେ ସମ୍ବୋଧନକରି ଆୟବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ପୋଷଣ କରୁଥିବା କୃଷକମାନଙ୍କର କାର୍ଯ୍ୟଧାରାକୁ ପ୍ରଶଂସା କରିବାସହ ଆତ୍ମ ନିର୍ଭର ଭାରତ ପାଇଁ ଏଭଳି ଉଦ୍ୟମର ଗୁରୁତ୍ୱ ବର୍ଣ୍ଣନା କରିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦର ଉପ-ମହାନିର୍ଦ୍ଦେଶକ ଡଃ ଜୟକୃଷ୍ଣ ଜେନା ଓ ସିଫାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ପ୍ରଧାନମନ୍ତ୍ରୀଙ୍କ ମନ୍‌କୀବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିବା ସଫଳ ଚାଷୀ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Maan ki baat
Share. Facebook Twitter LinkedIn Email WhatsApp Copy Link

Related Posts

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026
Latest News

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.