ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ, ମଧ୍ୟମା (ସଂସ୍କୃତ)ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ଦିନ 11ଟା 30ରେ ଜଣାପଡ଼ିବ । 2ଟି ଓ୍ବେବସାଇଟ୍ ଜରିଆରେ ଏହି ରେଜଲ୍ଟ ଛାତ୍ରଛାତ୍ରୀମାନେ ଜାଣିପାରିବ । ଛାତ୍ରଛାତ୍ରୀ ନିଜର ରେଜଲ୍ଟ ୱେବସାଇଟ ‘www.bseodisha.ac.in’ ଓ ‘www.bseodisha.nic.in’ରୁ ଜାଣିପାରିବେ । ଭିଡିଓ କନଫରେନ୍ସିଂ ଜରିଆରେ ମାଟ୍ରିକ୍ ଫଳ ପ୍ରକାଶ କରାଯିବ ବୋଲି ସୂଚନା ରହିଛି ।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଏତେ ବିଳମ୍ବରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଉଛି । ଫେବ୍ରୁଆରୀ ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହା ଶେଷ ହୋଇଥିଲେ ବି କରୋନା ଭାଇରସ ଯୋଗୁଁ ନିର୍ଦ୍ଧାରିତ ସମୟ ମଧ୍ୟରେ ମୂଲ୍ୟାଙ୍କନ ହୋଇପାରି ନଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ଚଳିତବର୍ଷ ପ୍ରାୟ 5.6 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
Tags: