ବଦଳିଲା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ

Published: Jul 29, 2020, 2:46 pm IST

ନୂଆଦିଲ୍ଲୀ : ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ଏହା ଛଡା କେନ୍ଦ କ୍ୟାବିନେଟ୍‌ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି । ତେବେ ଅପରାହ୍ନ 4ଟା ସମୟରେ ଏହା ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯିବ । ନୂତନ ଶିକ୍ଷା ନୀତି ଆଧାରରେ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୋଟିଏ ରେଗୁଲେଟରୀ ବଡି ରହିବ। 1986 ମସିହାରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ନିର୍ମାଣ ହୋଇଥିଲା । ଏବଂ 1992 ମସିହାରେ ଏହି ଶିକ୍ଷା ନୀତିରେ କିଛି ପରିବର୍ତ୍ତନ କରାଯାଇଥିଲା । ଏହା ପରେ ତିନି ଦଶକ ପର୍ଯ୍ୟନ୍ତ ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଏହି ନୂତନ ଶିକ୍ଷାନୀତି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବ ବୋଲି ଆଶା କରାଯାଉଛି ।

ପ୍ରାଥମିକ ସ୍ତରରେ ଦିଆଯାଉଥିବା ଶିକ୍ଷାର ଗୁଣାବତ୍ତା ଲାଗି ସୁଧାରିବା ଲାଗି ନୂତନ ରାଷ୍ଟ୍ରୀୟ ପାଠ୍ୟକ୍ରମର  ଫ୍ରେମ୍‌ଓ୍ବାର୍କ ପ୍ରସ୍ତୁତି କରାଯିବ। ଏହି ଫ୍ରେମ୍‌ ଓ୍ବାର୍କରେ ଭିନ୍ନ ଭିନ୍ନ ଭାଷାର ଜ୍ଞାନ,  ଖେଳ, କଳା ତଥା ବାତାବରଣ ସମ୍ବନ୍ଧୀୟ ବିଷୟ ଆଦିକୁ ସାମିଲ୍‌ କରାଯିବ ବୋଲି ସୂଚନା ରହିଛି ।

Related posts